Latest Odisha News

BREAKING NEWS

ରାମଚରିତ ମାନସକୁ ପଟାସିୟମ ସାଇନାଇଡ କହିଲେ ବିହାର ଶିକ୍ଷାମନ୍ତ୍ରୀ: ବିଜେପି-ଜେଡିୟୁ ବର୍ଷିଲେ

ପାଟନା: ଧର୍ମ ପରେ ଏବେ ଧର୍ମଗ୍ରନ୍ଥ । ରାଜନୈତିକ ଦାଓପେଞ୍ଚ ଭିତରକୁ ଟଣା ହେଲା ଧର୍ମଗ୍ରନ୍ଥ । ପ୍ରଥମେ ତାମିଲାନଡୁ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ କହି ଏହାର ମୂଳୋତ୍ପାଟନ କରିବାକୁ ଖୋଲା ଚାଲେଞ୍ଜ ଦେଇଥିଲେ । ଏବେ ବିହାରର ଶିକ୍ଷାମନ୍ତ୍ରୀ ରାମଚରିତ ମାନସକୁ ପଟାସିୟମ ସାଇନାଇଡ ସହ ତୁଳନା କରିଛନ୍ତି ।

ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଚରିତ ମାନସର ଆଲୋଚନା କରିଥିଲେ । ସେ କହିଥିଲେ ଏହାର କିଛି କଣ୍ଟେଣ୍ଟ ପଟାସିୟମ ସାଇନାଇଡ ସହ ସମାନ । ସେ ଆହୁରି କହିଥିଲେ, ଯେତେଦିନ ପର୍ଯ୍ୟନ୍ତ ଏଥିରେ ପଟାସିୟମ ସାଇନାଇଡ ରହିବ ସେତେଦିନ ପର୍ଯ୍ୟନ୍ତ ମୁଁ ଏହାକୁ ବିରୋଧ କରିବି ।

ଏଠାରେ ହିନ୍ଦୀ ଦିବସ ଉପଲକ୍ଷେ ଗୁରୁବାର ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସଭାରେ ରାମଚରିତ ମାନସର କିଛି ପଦ ଉଦ୍ଧୃତ କରି ଏହାକୁ କଟୁ ସମାଲୋଚନା କରିଥିଲେ । ଏହା ପୂର୍ବରୁ ମଧ୍ୟ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତ୍ ମାନସକୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ ।

ଚନ୍ଦ୍ରଶେଖର କହିଥିଲେ, ଶାସ୍ତ୍ରରେ ବହୁତ ମହାନ କଥା ଅଛି । କନ୍ତୁ କୌଣସି ଖାଦ୍ୟ ସାମଗ୍ରୀ ପଟାସିୟମ ସାଇନାଇଡ ଛିଞ୍ଚି ୫୫ ପ୍ରକାର ବ୍ୟଞ୍ଜନ ପରିସିଲେ ଏହି ଖାଦ୍ୟ ଭୋଜନଯୋଗ୍ୟ ହେବ ନାହିଁ ।

ତେବେ ବିହାର ମହାମେଣ୍ଟର ସହଯୋଗୀ ଜେଡିୟୁ ଶିକ୍ଷା ମନ୍ତ୍ରୀଙ୍କର ଏପରି ବୟାନକୁ ନେଇ କଡା ସମାଲୋଚନା କରିଛି । ଜେଡିୟୁ ମୁଖପାତୟ ଅଭିଷେକ ଝା କହିଛନ୍ତି, ଯାହାଙ୍କୁ ରାମଚରିତ ମାନସରେ ପଟାସିୟମ ସାଇନାଇଡ ଦେଖା ଯାଉଛି ସେ ନିଜ ବିଚାରଧାରା ନିଜ ପାଖରେ ରଖିବା କଥା । ଏହାକୁ ନେ ଦଳ ବା ଇଣ୍ଡିଆ ମେଣ୍ଟ ଉପରେ ଥୋପିବା ଦରକାର ନାହିଁ ।

ସେ କହିଛନ୍ତି, ଆମେ ସବୁ ଧର୍ମର ଏବଂ ଧାର୍ମିକ ଗ୍ରନ୍ଥକୁ ସମ୍ମାନ କରୁ । କିଛି ଲୋକ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଏପରି ବିବାଦୀୟ ବୟାନ ଦେଇଥାନ୍ତି ।

ସେପଟେ ବିଜେପି ମଧ୍ୟ ଶିକ୍ଷାମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ବର୍ଷିଛି । ବିଜେପି କହିଛି, ଯଦି ସନାତନ ଧର୍ମକୁ ନେଇ ଏତେ ସମସ୍ୟା ରହିଛି ତେବେ ଧର୍ମ ପରିବର୍ତ୍ତନ କରିଦିଅନ୍ତୁ । ବିଜେପି ପ୍ରବକ୍ତା ରାକେଶ ସିଂହ କହିଛନ୍ତି, ବିହାରରେ ଆରଜେଡି ପରି ଦଳ ନିଜେ ହିଁ ପଟାସିୟମ ସାଇନାଇଡ ।

Comments are closed.