Latest Odisha News

ଏନଆଇଏର ନୂଆ ଖୁଲାସା; ରାମମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଜେପି ଅଫିସରେ ଆକ୍ରମଣ… 

ନୂଆଦିଲ୍ଲୀ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ବିଜେପି ଅଫିସରେ ଆକ୍ରମଣ ପାଇଁ ହୋଇଥିଲା ଷଡଯନ୍ତ୍ର। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ନିଜ ରିପୋର୍ଟରେ ଖୁଲାସା କରିଛି।

ଜାନୁୟାରୀ ୨୨, ୨୦୨୪। ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କରିବାର ହୋଇଥିଲା। ଆଉ ଠିକ୍ ସେହି ଦିନ ବେଙ୍ଗାଲୁରୁର ବିଜେପି ଅଫିସରେ ଆଇଡି ବୋମା ବିସ୍ଫୋରଣ ପାଇଁ ହୋଇଥିଲା ଷଡଯନ୍ତ୍ର। କିନ୍ତୁ କୌଣସି କାରଣରୁ ଏହି ଯୋଜନା ବିଫଳ ହୋଇଯାଇଥିଲା। ଏହା ପରେ କର୍ଣ୍ଣାଟକର ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେରେ ବିସ୍ଫୋରଣକୁ ଆତଙ୍କବାଦୀଙ୍କ ଦ୍ବାରା ଚୂଡାନ୍ତ ରୂପ ଦିଆଯାଇଥିଲା।

Comments are closed.