Latest Odisha News

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ କୋଟିକୋଟି ଟଙ୍କା ଆସିଥିଲା । ଏଥିରେ ୨୭ ଗୋଟି ପଞ୍ଚାୟତରେ ମହିଳା ମାନଙ୍କ ବିଭିନ୍ନ ପ୍ରକାର ଟ୍ରେନିଂ ଦିଯିବା କଥା ହେଲେ ବିଭାଗୀୟ ଅଧିକାରୀ କିଛି ଏମ୍‌ବିକେ ଙ୍କ ସହ ମିଶି ଚଞ୍ଚକତା କରି ୨ରୁ ତିନି ଦିନ କାର୍ଯ୍ୟକ୍ରମ କରି ସବୁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସିନାପାଲି, ମାଖାପଦର, ଝାରବନ୍ଧ, ନୂଆପଡା ଓ କେନ୍ଦୁମୁଣ୍ଡା ପଞ୍ଚାୟତର ଅଡିଟ୍‌ ସମୟରେ ଏହି ଦୁର୍ନୀତି ପଦାକୁ ଆସିଥିବା ଏସ୍‌ଏଚ୍‌ଜି ମହିଳା ମାନେ କହିଛନ୍ତି ।

ସିନାପାଲି ବ୍ଲକର ପାଞ୍ଚଟି ପଞ୍ଚାୟତ ମହାସଂଘର ଅଡିଟ୍‌ ସମୟରେ ଦକ୍ଷତା ବୃଦ୍ଧି ବାବଦକୁ ପାଖାପାଖି ଦଶ ଲକ୍ଷଟଙ୍କା ହେରଫେର ହୋଇଥିବା ସାମ୍ନାକୁ ଆସିଛି । ଏହାକୁ ନେଇ ଜିଲ୍ଲା ସ୍ତରୀୟ ତଦନ୍ତ ହୋଇଛି ଓ ଏଥିରେ ତତ୍କାଳୀନ ବିଡ଼ିଓ  ଓ  BPM କାଗଜପତ୍ରରେ ଜାଲିଆତି କରି MBK ମାନଙ୍କ ସହ ମିଶି ଟଙ୍କା ହେରଫେର କରିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି । ତଦନ୍ତ ପରେ CRP ଓ EC ମେମ୍ବରଙ୍କ ଦୀର୍ଘ ତିରିଶ ମାସ ହେବ ଦରମା ବନ୍ଦ କରି ଦିଆଯାଇଛି । ଯାହାକୁ ନେଇ CRP ମେମ୍ବର ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବର୍ତ୍ତମାନ ପାଞ୍ଚ ଗୋଟି ମହାସଂଘକୁ ଗତ ୨୧ ତାରିଖ ଦିନ ଟଙ୍କା ଫେରସ୍ତ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସିନାପାଲି ବ୍ଲକ ପ୍ରଶାସନ ନୋଟିସ ଜାରି କରିଛି । ହେଲେ ନୋଟିସ ଜାରି କରିବାର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଟଙ୍କା ଫେରସ୍ତ ହୋଇଛି ନାଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଛି ।

Comments are closed.