Latest Odisha News

ଦାନ ଅର୍ଥ ସଂଗ୍ରହ କରି ବ୍ୟକ୍ତିଗତ ଖର୍ଚ କରୁଥିଲେ ରାଣା ଆୟୁବ: ଇଡି

ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ନାମରେ  ରାଣା ଆୟୁବ ଠକୁଥିଲେ ବୋଲି ଇଡି ପ୍ରକାଶ କରିଛି । ଗାଜିଆବାଦର ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରି କହିଛି ଯେ ରାଣା ଆୟୁବ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଣୁଥିଲେ । ଗରିବ ଲୋକଙ୍କୁ ସାହାଯ୍ୟ  କରିବା କହି  ଅନଲାଇନରେ ମଧ୍ୟ  ଚାନ୍ଦା ଆଦାୟ କରୁଥିଲେ । କିନ୍ତୁ ସେହି ଟଙ୍କା ସେ ଲୋକଙ୍କୁ ସାହାଯ୍ୟ ନଦେଇ ନିଜ ପରିବାର ଲୋକଙ୍କ ଉପରେ ଅଧିକ ଖର୍ଚ କରୁଥିଲେ । ଡୋନେସନ ନାମରେ ଟଙ୍କା ଆଦାୟ କରୁଥିଲେ ରାଣା ଆୟୁବ ବୋଲି ସିଧା ସିଧା ଇଡି ଚାର୍ଚସିଟ ରେ ଲେଖିଛି ।

ରାଣା ଆୟୁବ ଲୋକଙ୍କୁ ଠକୁଥିବା ଅଭିଯୋଗ 2021ରେ ହୋଇଥିଲା । କୋଟି କୋଟି ଟଙ୍କା ସେ ଆଦାୟ କରି ପରିବାର ଲୋକଙ୍କ ପାଇଁ ଖର୍ଚ କରିଥିବା ଅଭିଯୋଗ ପରେ ଇଡି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ସମୟରେ ଏକ କୋଟି 77 ଲକ୍ଷ ଟଙ୍କା ଇଡି ତାଙ୍କଠାରୁ ଜବତ କରିଥିଲା ।

ଚାର୍ଜସିଟରେ ଇଡି କହିଛି ଯେ ନିଜ ଭଉଣୀ ଏବଂ ବାପାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ରାଣା ଆୟୁବ ପଠାଇଛନ୍ତି  ।  କେଟୋ ନାମରେ ଅନଲାଇନ ପ୍ଲାଟଫର୍ମ କରି ସେଥିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଜ୍ଞାପନ ଦିଆଯାଉଥିଲା । ଯେଉଁମାନେ ଟଙ୍କା ପଠାଉଥିଲେ ତାହାକୁ ସେ ନିଜ ବ୍ୟକ୍ତିଗତ ଆକାଉଁସକୁ ଟ୍ରାନସଫର କରିଥିବା ମଧ୍ୟ ଦେଖାଯାଇଥିଲା । ଲୋକଙ୍କ ପାଇଁ ଟଙ୍କା ଆଣି  କୋଟି କୋଟି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟରେ ଜମା କରାଉଥିଲେ । ଯେଉଁମାନେ କେଟୋ ଅନଲାଇନ  ଦାନ ଦେଉଥିଲେ ତାହା ମଧ୍ୟ ତାଙ୍କ ଆକାଉଁଟକୁ ଯାଉଥିଲା । ସେ ସବୁ ଟଙ୍କାକୁ ସେ ତାଙ୍କ ବାପା ଏବଂ ଭଉଣୀଙ୍କ ଆକାଉଁଟକୁ ଟ୍ରାନସଫର କରିଥିବା ଇଡି ପ୍ରମାଣ ପାଇଥିବା ଚାର୍ଜସିଟିରେ କହିଛି ।

 କୋଟି କୋଟି ଟଙ୍କାର ଜାଲ ବିଲ ମଧ୍ୟ ରାଣା ଆୟୁବ ଇଡିକୁ ଦେଖାଇଥିଲେ ତାହା ମଧ୍ୟ ଧରାପଡିଯାଇଥିଲା । ସାହାଯ୍ୟ ପାଇଁ ସେ ଯେଉଁ ବିଲ କରିଥିଲେ ତାହା ମଧ୍ୟ ଜାଲ ଥିଲା । ଇଡି କହିଛି ଯେ ପ୍ରମାଣ ପରେ ଜଣାପଡିଥିଲା ରାଣା ଆୟୁବ ପ୍ଲାନିଂ କରି ଏପରି ଲୋକଙ୍କୁ ଠକି ଚାଲିଥିଲେ । ଅଭିଯୋଗ କରେ ସେ ପିଏମ କେୟାର ଏବଂ ସିଏମ କେୟାରର 74 ଲକ୍ଷ ଟଙ୍କା ଜମା କରିଥିଲେ । କୋଭିଡ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ରାଣା ଆୟୁବ କୋଟି କୋଟି ଟଙ୍କା ଦାନ ସୂତ୍ରରେ ପାଇଥିଲେ ।  ଆସାମ, ବିହାର, ମହାରାଷ୍ଟ୍ରରେ ଲୋକଙ୍କୁ ସାହାଯ୍ୟ କରିବା ନାମରେ ସେ ମଧ୍ୟ ଅର୍ଥ ସଂଗ୍ରହ କରିଥିଲେ  ବୋଲି ଇଡି ଚାର୍ଚସିଟରେ ଦର୍ଶାଇଛି ।

Comments are closed.