Latest Odisha News

BREAKING NEWS

ରଣବୀର-ଆଲିଆଙ୍କ ନୂତନ ବିବାହ ତାରିଖ ଘୋଷଣା !

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପାଇଁ ପୁନର୍ବାର ନୂତନ ତାରିଖ ଘୋଷଣା କରାଯାଇଛି । ଅବଶ୍ୟ ଏହି ସବୁ ତାରିଖ ମିଡିଆ ଦ୍ୱାରା ପ୍ରକାଶ ପାଇଛି । ରଣବୀର କିମ୍ବା ଆଲିଆ ଅଫିସିଆଲ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରି ନାହାନ୍ତି । ପୂର୍ବରୁ ଡିସେମ୍ବର ୨୦୨୨ରେ ଉଭୟଙ୍କ ବିବାହ ହେବ ବୋଲି ଆକଳନ କରାଯାଇଥିଲା ଏବେ ଏହା ଅକ୍ଟୋବରରେ କରାଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ନେଇ ଆଲିଆ ଏବେ ବେଶ ପ୍ରଶଂସା ସାଉଁଟିଛନ୍ତି । ରଣବୀର ଏବଂ ଆଲିଆଙ୍କ ବିବାହ ତାରିଖ ବାରମ୍ବାର ଘୁଂଚାଯିବର କାରଣ ସ୍ପଷ୍ଟ ହୋଇପାରୁ ନାହିଁ ।

Comments are closed, but trackbacks and pingbacks are open.