Latest Odisha News

BREAKING NEWS

ପୁନର୍ବାର ଘୁଂଚିଲା ରଣବୀର-ଆଲିୟାଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ତାରିଖ ବାରମ୍ବାର ପରିବର୍ତନ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଂଚାଇ ଦିଆଯାଇଛି । ପ୍ରଥମେ ଏହି ଚର୍ଚ୍ଚିତ ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ ସେପ୍ଟେମ୍ବର ୨୦୨୧କୁ ଘୁଂଚା ଯାଇଥିଲା । ଉଭୟଙ୍କ ପାଖରେ ଏବେ ଅନେକ କାମ ଥିବାରୁ ସେମାନଙ୍କ ନିକଟରେ ସମୟର ଅଭାବ ରହିଛି ।

କରୋନା ମହାମାରୀ ଯୋଗୁ ଅନେକଗୁଡିଏ ପ୍ରୋଜେକ୍ଟ ଅଟକି ରହିଥିଲା । ଏବେ ଏହାକୁ ସାରିବା ପାଇଁ ଉଭୟ ବ୍ୟସ୍ତ ରହୁଛନ୍ତି । ବାହାଘର ପୂର୍ବରୁ କୌଣସି ଚାପ ମୁଣ୍ଡରେ ରଖିବାକୁ ରଣବୀର ଚାହୁଁ ନାହାନ୍ତି । ଯଦି କରୋନା ନ ଆସିଥାନ୍ତା ତାହାହେଲେ ଆମ ୨୦୨୦ରୁ ବିବାହ କରି ସାରିଥାନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.