ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚପଲ ଉଠାଇ ଏବେ ଚର୍ଚ୍ଚାରେ ଅଭିନେତା ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ମୃତ୍ୟୁବରଣ କରିଥିବା ଗାୟକ, ନିର୍ମାତା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ରଣବୀର ଏବଂ ଆଲିଆ । ଆଲିଆ ବାହାରେ ଚପଲ ରଖି ଘର ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ତାଙ୍କ ପଛରେ ଯାଉଥିବା ରଣବୀର ଆଲିଆଙ୍କ ଚପଲକୁ ଉଠାଇ ଘରର ଏକ କୋଣରେ ରଖିଥିବା ଦେଖିବାକୁ ମିଳିଛି । ଏପରି କରି ରଣବୀର ଲୋକଙ୍କ ମନ କିଣିଛନ୍ତିି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି ତାଙ୍କୁ ‘ବେଷ୍ଟ କପଲ ଅଫ ଦ ଇୟର’ ମତ ଦେଇଥିବା ବେଳେ ଆଉ କିଛି ରଣବୀର ଜାଣିଶୁଣି ଏଭଳି କରିଥିବା କହିଛନ୍ତି ।
Comments are closed.