Latest Odisha News

୨୯ରେ ବିବାହ କରିବେ ରଣଦୀପ ହୁଡ୍ଡା

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହେବ । ଏଥିରେ କେବଳ ଉଭୟଙ୍କ ପରିବାର ଲୋକ ସାମିଲ ହେବେ ବୋଲି ରଣଦୀପ କହିଛନ୍ତି ।

ଏବେ ବିବାହର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡ଼ିଆରେ ସେୟାର କରି ଏହି ସୂଚନା ଦେଇଛନ୍ତି ରଣଦୀପ । ରଣଦୀପଙ୍କ ବିବାହ କାର୍ଡ ଅନୁଯାୟୀ, ମଣିପୁରରେ ନଭେମ୍ବର ୨୯ରେ ରଣଦୀପ, ପ୍ରେମିକାଙ୍କୁ ବିବାହ କରିବେ । ମଣିପୁରୀ ପୋଷାକ ପିନ୍ଧି ମଣିପୁରର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ବିବାହରେ କେବଳ ପରିବାର ବର୍ଗ ଉପସ୍ଥିତ ରହିବେ । ଏଥିସହ ମୁମ୍ବାଇରେ ବଲିଉଡ କଳାକାରଙ୍କ ପାଇଁ ବିବାହ ଭୋଜି ରଖିବେ ଅଭିନେତା ।

Comments are closed.