Latest Odisha News

BREAKING NEWS

ଏସୀୟ ଅଲିମ୍ପିକ କାଉନ୍ସିଲ ପରିଷଦର ଅଧ୍ୟକ୍ଷ ହେଲେ ରଣଧୀର ସିଂ

ନୂଆଦିଲ୍ଲୀ: ଅଭିଜ୍ଞ କ୍ରୀଡା ପ୍ରଶାସକ ରଣଧୀର ସିଂ ପ୍ରଥମ ଭାରତୀୟ ଭାବେ ଏସୀୟ ଅଲିମ୍ପିକ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ଭାରତୀୟ ଶୁଟରଙ୍କୁ ସମସ୍ତ ୪୫ ଦେଶର ଅଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କୁ ଚୟନ କରାଯାଇଥିଲା । ୪ଟି ଏସୀୟ କ୍ରୀଡାର ଭାଗ ନେଇଥିବା ରଣଧୀର ୧୯୭୮ରେ ଟ୍ରାପ ବିଭାଗରେ ସ୍ୱର୍ଣ୍ଣ ଜିତିଥିଲେ । ୧୯୮୨ରେ ବ୍ରୋଞ୍ଜ ଓ ୧୯୮୬ରେ ଟିମ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ । ୧୯୭୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି । ୧୯୮୭ରେ ସେ ସାଇର ସଦସ୍ୟ ମଧ୍ୟ ରହିଥିଲେ । ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜକ କମିଟିର ଉପାଧ୍ୟକ୍ଷ ମଧ୍ୟ ଥିଲେ ।

ପଟିୟାଲାର ଏହି ୭୭ ବର୍ଷୀୟ ଶୁଟରଙ୍କ କକା ମହାରାଜା ୟଦାଭିନ୍ଦ୍ର ସିଂ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ ଖେଳିଛନ୍ତି । ସେ ଆଇଓସିର ସଦସ୍ୟ ଥିଲେ । ତାଙ୍କ ପିତା ଭଲିନ୍ଦ୍ର ସିଂ ପ୍ରଥମ ଶ୍ରେଣୀ କ୍ରିକେଟର ଥିଲେ । ସେ ମଧ୍ୟ ୧୯୪୭ରୁ ୧୯୯୨ ପର୍ଯ୍ୟନ୍ତ ଆଇଓସିର ସଦସ୍ୟ ରହିଥିଲେ ।

Comments are closed.