ଭୁବନେଶ୍ବର : ଦିନକୁ ଦିନ ବଢ଼ି ଚାଲିଛି ଦରଦାମ । ବର୍ଦ୍ଧିତ ଦରଦାମକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଏମିତି ବଢ଼ି ଚାଲିଥିବ ଦରଦାମ । ଯେପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ ପ୍ରତ୍ୟାହାର କରାନଯାଇଛି, ସେପର୍ଯ୍ୟନ୍ତ ଦରଦାମ ବଢ଼ି ଚାଲିଯିବ । ଅନ୍ତର୍ଜାତୀୟ ବଜାରରେ ବି ଦାମ ବଢ଼ିବା ଯୋଗୁଁ ବଜାର ପ୍ରଭାବିତ ହେଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଅନ୍ୟପଟେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ପୂର୍ବରୁ ଲୁଚା ଛପାରେ ଚାଲିଥିଲା କଳା ବଜାରୀ । କିନ୍ତୁ ଏବେ ଖୋଲାଖୋଲି ଭାବେ ହେଉଛି ବୋଲି କହିଛି କଂଗ୍ରେସ । ତେଣୁ କର୍ପୋରେଟ୍ ସଂସ୍ଥା ପାଇଁ ହୋଇଥିବା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ଉଚ୍ଛେଦ କରାନଗଲେ, ଦର ବଢ଼ି ଚାଲିଥିବା ବୋଲି କହିଛି କଂଗ୍ରେସ ।
Comments are closed.