ମୁମ୍ବାଇ: ବଲିଉଡ ହିରୋଇନ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ, ତାଙ୍କ ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଏବେ ସଞ୍ଜୟ କପୁରଙ୍କ ପରିବାରରେ ଏକ ନୂତନ ପାରିବାରିକ ନାଟକ ସାମ୍ନାକୁ ଆସିଛି । ତାଙ୍କ ମାଆ ରାଣୀ କପୁର ବାର୍ଷିକ ସାଧାରଣ ବୈଠକକୁ ସ୍ଥଗିତ ରଖିବାକୁ ଦାବି କରି ପୁଅର ମୃତ୍ୟୁ ନେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସଞ୍ଜୟଙ୍କ ମାଆ ଏବେ ସଙ୍ଗୀନ ଅଭିଯୋଗ ସହିତ ଏକ ଚିଠି ଲେଖିଛନ୍ତି । ଯାହା ସଞ୍ଜୟଙ୍କ କମ୍ପାନୀ Sona BLW Precision Forging Limitedର ବୋର୍ଡ, ସେୟାରହୋଲ୍ଡର ଏବଂ ବଜାର ନିୟାମକ ସଂସ୍ଥା ସେବିକୁ ପଠାଇଛନ୍ତି। ଯେଉଁଥିରେ ସେ ତାଙ୍କ ପୁଅ ସଞ୍ଜୟଙ୍କ ମୃତ୍ୟୁ ଅଚାନକ ଏବଂ ସନ୍ଦେହଜନକ ବୋଲି ବର୍ଣ୍ଣନା କରିଛନ୍ତି । ଆଉ ଏହା ବି ସ୍ପଷ୍ଟ କରିଥିଲେ କି ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ତାଙ୍କୁ କୌଣସି ସରକାରୀ ଡକ୍ୟୁମେଣ୍ଟେସନ୍ କିମ୍ବା ସ୍ପଷ୍ଟୀକରଣ ମିଳିନାହିଁ। ଅଭିଯୋଗ କରିଛନ୍ତି, ଯେ ତାଙ୍କ ପୁଅର ମୃତ୍ୟୁ ପରେ ସଞ୍ଜୟଙ୍କ କମ୍ପାନୀର ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଜବରଦସ୍ତି ଦସ୍ତଖତ ନିଆଯାଇଥିଲା । ଯେଉଁକାରଣରୁ ସେ ହେବାକୁ ଥିବା ଏଜିଏମ ବୈଠକକୁ ସ୍ଥଗିତ କରିବାକୁ ଅପିଲ କରିଛନ୍ତି । କାରଣ ଏଜିଏମର ଅନେକ ପ୍ରସ୍ତାବ ମଧ୍ୟରୁ ଗୋଟିଏ ହେଉଛି କିଛି ନିର୍ଦ୍ଦେଶକ ବୋର୍ଡର ନିଯୁକ୍ତି। ଆଉ ଦସ୍ତାବିଜ ଅନୁଯାୟୀ, ବର୍ତ୍ତମାନ କମ୍ପାନୀର ସଂଖ୍ୟାଗରିଷ୍ଠ ସେୟାରଧାରୀ ସେ ନିଜେ । ତେଣୁ ଏନେଇ ସମସ୍ତ ବିଷୟ ସେ ନିଜେ ସମୀକ୍ଷା ନକରିବା ପର୍ଯ୍ୟନ୍ତ, ଆଜି ହେବାକୁ ଥିବା Sona BLW Precision Forging Limited ର AGMକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାନୀ କପୂର ।
ସେପଟେ ସଞ୍ଜୟ ଏବଂ କରିସ୍ମାଙ୍କ ବିବାହ ନେଇ ବଡ ଖୁଲାସା କରିଛନ୍ତି ନିର୍ଦ୍ଦେଶକ-ପ୍ରଯୋଜକ ସୁନୀଲ ଦର୍ଶନ । ଅଭିନେତ୍ରୀଙ୍କ ବୈବାହିକ ଜୀବନ ବିଷୟରେ ଚାଞ୍ଚଲ୍ୟ ବୟାନ ଦେଇ ସେ କହିଛନ୍ତି, ସଞ୍ଜୟ କରିସ୍ମାଙ୍କୁ ଏକ ଟ୍ରଫି ଓ୍ବାଇଫ୍ ଭଳି ରଖିଥିଲେ । କରିସ୍ମାଙ୍କ ସହ ସଞ୍ଜୟଙ୍କ ବିବାହ ନିଷ୍ପତ୍ତି ମଧ୍ୟ ଅଚାନକ ଥିଲା ବୋଲି ସେ କହିଛନ୍ତି । ଯାହା ପାଇଁ କରିସ୍ମା ତାଙ୍କ ସଫଳ ସିନେମା କ୍ୟାରିଅର ଛାଡି, ଏକ ଘରୋଇ ପତ୍ନୀ ହୋଇ ରହିବାକୁ ଚାହିଁଥିଲେ । କରିସ୍ମା ଏବଂ ସଂଜୟଙ୍କ ଭଉଣୀ ପିଲାଦିନର ସବୁଠାରୁ ଭଲ ବନ୍ଧୁ ଥିଲେ। ଅଭିଷେକ ବଚ୍ଚନ ଏବଂ କରିସ୍ମାଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିବା ପରେ ସେ ହଠାତ୍ ସଞ୍ଜୟଙ୍କୁ ବିବାହର ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ବିବାହ କରିସ୍ମାଙ୍କ ପାଇଁ ସଂଘର୍ଷ ହୋଇଥିଲା । ଆଉ ବିବାହରେ ଫାଟ ସୃଷ୍ଟି କରିଥିଲା।
ଜୁନ୍ ୧୨ ତାରିଖରେ ଲଣ୍ଡନରେ ଏକ ପୋଲୋ ମ୍ୟାଚ୍ ସମୟରେ ୫୩ ବର୍ଷ ବୟସରେ ସଂଜୟଙ୍କ ମୃତ୍ୟୁ ପରେ କରିସ୍ମା କପୁରଙ୍କ ବ୍ୟବସାୟିକ ଟାଇକୁନ୍ ଏବଂ ଜଣେ ପ୍ରଖ୍ୟାତ ପୋଲୋ ଖେଳାଳି ପୂର୍ବତନ ସ୍ବାମୀ ସଂଜୟ କପୁରଙ୍କ ସହ ବିବାଦୀୟ ବିବାହ ଖବରର ଶିରୋନାମାରେ ରହିଛି ।
Comments are closed.