Latest Odisha News

BREAKING NEWS

ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ ପିଠିୟା ୬୩ ରନରେ ୬ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରି ଓଡିଶା ପରାଜୟର ମୂଖ୍ୟ କାରଣ ସାଜିଥିଲେ । ଓଡିଶା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୭୧ ରନ କରିଥିଲା । ଜବାବରେ ବରୋଦା ୭ ୱିକେଟ ବିନିମୟରେ ୪୧୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ୧୪୨ ରନ ପଛୁଆ ରହିବା ପରେ ଓଡିଶା ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ଘରୋଇ ଦଳ ୫୯.୩ ଓଭରରେ ୧୭୪ ରନ କରି ଅଲଆଉଟ ହୋଇ ଯାଇଥିଲେ ।

ଶୁଭ୍ରାଶୁ ସେନାପତି ୫୯ ରନ କରି ଅପରାଜିତ ରହିଥିଲେ । ବରୋଦା ବିଜୟ ପାଇଁ ୩୩ ରନ ଆବଶ୍ୟକ କରୁଥିଲା । ଭ୍ରମଣକାରୀ ଦଳ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଶିବଲିକ ଶର୍ମା ୩୨ ରନ କରି ଅପରାଜିତ ରହିଥିଲେ । ବାଦଲ ବିଶ୍ୱାଳ ୨ଟି ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଶିବଲିକ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅକ୍ଟୋବର ୨୫ରେ ଓଡିଶା ତାର ପରବର୍ତୀ ମୁକାବିଲାରେ ଉତରପ୍ରଦେଶକୁ ଭେଟିବ । ଏହି ମ୍ୟାଚ କାନପୁରରେ ଖେଳାଯିବ ।

Comments are closed.