Latest Odisha News

ରଣଜୀ ଟ୍ରଫି: ଓଡିଶାର ୧୯୩ ରନ ଜବାବରେ ବରୋଦା ୩୫୪/୬

ଭଦୋଦରା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବରୋଦା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୧୯୩ ରନ ଜବାବରେ ବରୋଦା ୬ ୱିକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ଓଡିଶା ସ୍କୋରଠାରୁ ୧୬୧ ରନ ଆଗରେ ରହିଛି । ଅଧିନାୟକ କୃଣାଳ ପାଣ୍ଡ୍ୟା ୮୮ ରନ କରି ଅପରାଜିତ ରହିଛନ୍ତି । ଶିଭଲିକ ଶର୍ମା ୯୬ ଓ ବିଷ୍ଣୁ ସୋଲାଙ୍କି ୯୮ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଉଭୟ ଶତକ ହାସଲ କରିପାରି ନ ଥିଲେ ମଧ୍ୟ ୪ର୍ଥ ୱିକେଟରେ ୧୨୧ ରନ ଯୋଗ କରି ବରୋଦା ସ୍ଥିତି ମଜଭୁତ କରିଥିଲେ । ଓଡିଶା ପକ୍ଷରୁ ଅଧିନାୟକ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ସୁମିତ ଶର୍ମା ଓ ହର୍ଷିତ ରାଠୋର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ ଓଡିଶା ବୋଲରଙ୍କୁ ତୃତୀୟ ଦିବସରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ୱିକେଟ ହାସଲ ପାଇଁ ଗୋବିନ୍ଦ ୮ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଟସ ଜିତି ଓଡିଶା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ବିପ୍ଲବ ସାମନ୍ତରାୟଙ୍କ ୫୮ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିବାରୁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଓଡିଶା ୨ ମ୍ୟାଚରୁ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.