Latest Odisha News

ରଣଜୀ ଟ୍ରଫି: ଶାନ୍ତନୁଙ୍କ ସ୍ଥାନରେ ଗୋବିନ୍ଦ ପୋଦ୍ଦାର ହେବେ ଓଡିଶାର ଅଧିନାୟକ

ଭୁବନେଶ୍ୱର: ରଣଜୀ ଟ୍ରଫିର ଆଗାମୀ ସିଜନ ପାଇଁ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଶନିବାର ପ୍ରଥମ ୨ଟି ମ୍ୟାଚ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଚୟନ କମିଟି ଚେୟାରମ୍ୟାନ ଅମୀୟ ରାୟ ଓ କୋଚ ସୁରେନ୍ଦ୍ର ଭାବେଙ୍କ ଉପସ୍ଥିତିରେ ୧୭ଜଣିଆ ଦଳ ଚୟନ କରାଯାଇଛି । ଅକ୍ଟୋବର ୧୧ରୁ ଅଗରତାଲାରେ ଓଡିଶା ତାର ଅଭିଯାନ ତ୍ରିପୁରା ବିପକ୍ଷରେ ଆରମ୍ଭ କରିବ । ଏହା ପରେ ୧୮ରୁ ଜମ୍ମୁ ଏବଂ କଶ୍ମୀର(କଟକ), ୨୬ରୁ ବରୋଦା(ଭଦୋଦରା), ନଭେମ୍ବର ୬ରୁ ମୁମ୍ବାଇ, ୧୩ରୁ ମହାରାଷ୍ଟ୍ର (କଟକ), ଜାନୁୟାରୀ ୨୩ରୁ ମେଘାଳୟ(ଶିଲଂ) ଓ ଫେବୃୟାରୀ ୨ରୁ ସର୍ଭିସେସ ବିପକ୍ଷରେ ଡ୍ରିମସ ଗ୍ରାଉଣ୍ଡରେ ଓଡିଶା ତାର ମ୍ୟାଚ ଖେଳିବ ।

ଗତ ସିଜନରେ ଓଡିଶା ଏଲିଟ ଗ୍ରୁପ ରେ ୪୨ ଥର ଚାମ୍ପିୟନ ମୁମ୍ବାଇ ସହ ସ୍ଥାନ ପାଇଥିଲା । ନୈରାଶ୍ୟଜନକ ପ୍ରଦର୍ଶନ କରି ଓଡିଶା ୮ଟି ଦଳ ମଧ୍ୟରୁ ୭ମ ସ୍ଥାନରେ ରହିଥିଲା । ଶାନ୍ତନୁ ରଣଜୀ ଟିମର ନେତୃତ୍ୱ ନେଇଥିବା ବେଳେ ବିପ୍ଲବଙ୍କୁ ବିଜୟ ହଜାରେ ଟ୍ରଫି ଏବଂ ପୋଦ୍ଦାରଙ୍କୁ ସୟେଦ ମୁସ୍ତାକ ଅଲି ଟି୨୦ରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଓଡିଶା ଟିମ: ଗୋବିନ୍ଦ ପୋଦ୍ଦାର(ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡଙ୍ଗୀ, ସନ୍ଦୀaପ ପଟ୍ଟନାୟକ, ବିପ୍ଲବ ସାମନ୍ତରାୟ, କାର୍ତିକ ବିଶ୍ୱାଳ, ସ୍ୱସ୍ତିକ ସାମଲ, ରାଜେଶ ଧୂପ, ଆଶୀର୍ବାଦ ସ୍ୱାଇଁ, ଅନୀଲ ପରିଡା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସ, ହର୍ଷିତ ରାଠୋର, ସୁମିତ ଶର୍ମା ।

Leave A Reply

Your email address will not be published.