Latest Odisha News

BREAKING NEWS

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କଲା ୟୁପି, ଅସୁବିଧାରେ ଓଡିଶା

କାନପୁର: ଚଳତି ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରନର୍ଶନ ପୂର୍ବଭଳି ନୈରାଶ୍ୟଜନକ ରହିଛି । ଏଠାରେ ଅନୁଷ୍ଠିତ ଉତରପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ପଛୁଆ ରହିଛି । ପ୍ରଥମେ ବ୍ୟାଟିଂ ଓଡିଶା ୨୪୩ ରନ ସଂଗ୍ରହ କରିଥିଲା । ପଦାର୍ପଣ ମ୍ୟାଚ ଖେଳୁଥିବା ସମ୍ବିତ ବରାଳ ୫୯ ରନର ଇନିଂସ ଖେଳିଥିଲେ । ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୟୁପି ୩ ୱିକେଟ ହରାଇ ୨୬୨ ରନ ସଂଗ୍ରହ କରିନେଇଛି । ଦଳ ଏବେ ପ୍ରଥମ ଇନିଂସରେ ଓଡିଶା ସ୍କୋରଠାରୁ ୧୯ ରନରେ ଅଗ୍ରଣୀ ରହିଛି । କରନ ଶର୍ମା ୮୩ ଓ ଆରାଧ୍ୟ ଯାଦବ ୮୦ ରନ କରି ଅପରାଜିତ ରହିଛନ୍ତି ।

ଅଧିନାୟକ ଶୁଭ୍ରାଂଶୁ ସେନାପତି ୬ ଜଣ ବୋଲର ବ୍ୟବହାର କରିଥିଲେ ମଧ୍ୟ ଏହାର ଫାଇଦା କିଛି ହୋଇ ନ ଥିଲା । ସମ୍ବିତ ବୋଲିଂରେ ମଧ୍ୟ କମାଲ ଦେଖାଇଥିଲେ । ସେ ବିପକ୍ଷ ଦଳର ୩ଟି ଯାକ ୱିକେଟ ୩୫ ରନରେ ଅକ୍ତିଆର କରିଥିଲେ । ସେ ଅଭିଷେକ ଗୌସ୍ୱାମୀ, ଆର୍ଯ୍ୟନ ଜୁଏଲ ଓ ମାଧବ କୌଶିକଙ୍କ ୱିକେଟ ନେଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିପାରି ନ ଥିଲେ । ତୃତୀୟ ଦିବସରେ ୟୁପି ବ୍ୟାଟ୍ସମ୍ୟାନଙ୍କୁ ଅଟକାଇ ନ ପାରିଲେ ଓଡିଶାର ସ୍ଥିତି ଆହୁରି ଖରାପ ହେବ ।

Comments are closed.