Latest Odisha News

BREAKING NEWS

ରଣଜୀ ଟ୍ରଫି: ବିଦର୍ଭ ୨୮୯, ଓଡିଶା ୧୨୨/୬

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ବଭଳି ଚିରାଚରିତ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଦର୍ଭକୁ ୨୮୬ ରନରେ ଅଲଆଉଟ କରିବା ପରେ ଓଡିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୨୨ ରନ କରି ବିପଦରେ ପଡିଛି । ଗୋବିନ୍ଦ ପୋଦ୍ଦାର ୧୭ ଓ ସମ୍ବିତ ବରାଳ ୨ ରନ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ସେନାପତି ୪୧ ଓ ଗୌରବ ଚୌଧୁରୀ ୨୪ ରନ କରି କିଛିଟା ସଂଘର୍ଷ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱିସ୍ତିକ ସାମଲ ୯, ସନ୍ଦୀପ ପଟ୍ଟନାୟକ ୧୬, ରାଜେଶ ଧୂପର ୮ ଓ ଗୋବିନ୍ଦ ପୋଦ୍ଦାର ୧୭ ରନ କରିଥିଲେ । ଗୌରବ ଓ ସ୍ୱସ୍ତିକ ପ୍ରଥମ ୱିକେଟରେ ୩୩ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଏହା ପରେ ୩ଟି ବଲ ବ୍ୟବଧାନରେ ଦୁଇ ଓପନର ପ୍ୟାଭିଲିୟନ ଫେରି ଯାଇଥିଲେ । ସନ୍ଦୀପ ଓ ଶୁଭ୍ରାଂଶୁ ଦଳର ସ୍କୋର ୬୪ରେ ପଂହଚାଇଥିଲେ ।

ପୂନର୍ବାର ବିଦର୍ଭ ବୋଲର ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ସହ ଓଡିଶାକୁ ଅସୁବିଧାରେ ପକାଇଥିଲେ । ଗୌରବ ଫାର୍ଦ୍ଦେ ୨ଟି ୱିକେଟ ନେଇଥିଲେ । ପୂର୍ବରୁ ୨୩୪/୫ରୁ ବିଦର୍ଭ ବ୍ୟାଟିଂ ଆରମ୍ଭ କରିଥିଲା । ଓଡିଶା ବୋଲର ଭଲ ବୋଲିଂ ପ୍ରଦର୍ଶନ କରି ୫୨ ରନରେ ବାକି ୫ଟି ୱିକେଟ ନେଇଥିଲେ । ଧ୍ରୁବ ସୋରେ ୧୪୪ ରନ କରିଥିଲେ । ସମ୍ବିତ ବରାଳ ୩ଟି ଏବଂ ତାପସ ଦାସ ଓ ରାଜେଶ ମହାନ୍ତି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏବେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ ପାଇଁ ଓଡିଶାକୁ ୧୬୫ ରନର ଆବଶ୍ୟକତା ରହିଛି । ଯାହାକି ସମ୍ଭବପର ମନେ ହେଉନି ।

Comments are closed.