ନୟାଗଡ:ଖଣି ମାଫିଆ ସୁଶାନ୍ତ ବରାଡ଼କୁ ଗିରଫ କରିଛି ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ । ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ତାଙ୍କ ଘରୁ ବୁଧବାର ଗିରଫ କରିଛି ପୋଲିସ ।
ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର ଏଫଆଇଆର ଦେଇଥିଲେ। ତେବେ ଦୀର୍ଘ ଏକ ମାସ ହେଲା ସୁଶାନ୍ତ ଫେରାର ଥିଲା । ଗତକାଲି ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ। ଆଜି ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।
ସୂଚନାଥାଉ କି, ମୟୂରଝାଲିଆ ବେଆଇନ ଖଣି ଖନନ ଦୁର୍ନୀତି ମାମଲାରେ ରଣପୁର ଶୁଶାନ୍ତ ବରାଡ଼ଙ୍କ ସହ ୬ ଜଣ ଅଧିକାରୀଙ୍କୁ ମିଶାଇ ମୋଟ ୧୧ ଜଣଙ୍କ ନାଁରେ ଚାନ୍ଦପୁର ଥାନାରେ କ୍ରିମିନାଲ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ନୟାଗଡ ଜିଲ୍ଲାପାଳ ୬ ଜଣ ରାଜସ୍ୱ ବିଭାଗ କର୍ମଚାରୀ ନିଲମ୍ବିତ କରିଥିଲେ ।
ଏଠି କହିରଖିବୁ, ସୁଶାନ୍ତଙ୍କୁ ମୟୂରଝାଲିଆ ମୌଜାର ପ୍ଲଟ ନଂ ୧୬୮୯ର ୪ ଏକର ଜମିର ଲାଟେରାଇଟ ଏବଂ ମୋରମ ଖଣି ଲିଜ ଆକାରରେ ଦିଆ ଯାଇଥିଲା । ହେଲେ ସେ ବେଆଇନ ଭାବେ ଅଧିକ ଜମିରୁ ଖଣି ଉତ୍ତୋଳନ କରୁଥିଲେ ।
Comments are closed.