ମୁମ୍ବାଇ: ପ୍ଲାଟଫର୍ମରୁ ବଲିଉଡରେ ପାଦ ଦେଇଥିବା ରାନୁ ମଣ୍ଡଳ ଚଢି ଚାଲିଛନ୍ତି ପାହାଚ ଉପରେ ପାହାଚ । ରାନୁଙ୍କୁ ବଲିଉଡରେ ବ୍ରେକ ଦେଇଥିବା ହୀମେଶ ରେଶମୀୟା, ତାଙ୍କ ଚଳଚ୍ଚିତ୍ରର ଆଉ ଏକ ଗୀତରେ କଣ୍ଠ ଦାନ କରିବାକୁ ରାନୁଙ୍କୁ ସୁଯୋଗ ଦେଇଛନ୍ତି । ହିମେଶଙ୍କ ସହ ତାଙ୍କର ଆଉ ଏକ ଗୀତର ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି।
ନିଜ ପ୍ରତିଭାରେ ଜିରୋରୁ ହିରୋ ସାଜିଥିବା ରାନୁଙ୍କ କାହାଣୀ ଭାଗ୍ୟର ଉପସ୍ଥିତିକୁ ପ୍ରମାଣିତ କରିଛି ।
ନିଜ ଭିତରେ ପ୍ରତିଭା ଥିଲେ ଏହା ଆପଣଙ୍କୁ କେଉଁଠାରୁ କେଉଁଠାକୁ ପହଁଚାଇ ଦିଏ। ଏଭଳି ଏକ ଭିନ୍ନ ପ୍ରତିଭା ସମ୍ପନ୍ନ ରାନୁ ମଣ୍ଡଳ ଦିନେ ଷ୍ଟେସନରେ ବୁଲି ଗୀତ ଗାଉଥିଲ। ହେଲେ ଆଜି ସେ ତାଙ୍କର ସୁମଧୁର ସ୍ଵର ଏବଂ ଅସାଧାରଣ ପ୍ରତିଭା ବଳରେ ବଲିଉଡକୁ ଗୋଟିଏ ପରେ ଗୋଟିଏ ଗୀତ ଦେଇ ଚାଲିଛନ୍ତି।
ଐତିହାସିକ ବ୍ଲକ ବ୍ଲାଷ୍ଟର ଗୀତ ତେରି ମେରି କାହାନୀ ପରେ ରାନୁ ମଣ୍ଡଳଙ୍କର ସୁମଧୁର ସ୍ଵରରେ ଏବେ ଫିଲ୍ମ ହ୍ୟାପି ହାର୍ଡ ଔର ହିରୋର ନୂଆ ଗୀତ ଆଦତ ରେକର୍ଡ ହୋଇଛି। ଏହା ଏକ ଛୋଟ ଝଲକ ବୋଲି ଲେଖି ହିମେଶ ରାନୁଙ୍କର ଏହି ଗୀତର ଭିଡିଓ ସେୟାର କରିଛନ୍ତି ।