Latest Odisha News

ଜେଲରୁ ଖସି ଯାଇଥିଲେ ଦୁଷ୍କର୍ମ ଅଭିଯୁକ୍ତ; ପ୍ରେମିକାକୁ ଭେଟି ପୁଣି ଫେରି ଆସିଲେ

ବ୍ରହ୍ମପୁର: ପ୍ରେମକୁ ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ରଖିହେବ ନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଉପ-କାରାଗାରରେ । ଏହି ଜେଲରେ ଥିବା ଜଣେ ବିଚାରଧୀନ କଏଦୀ ନିଜ ପ୍ରେମିକା ସହ ଲୁଚି ପଳାଇବା ନିମନ୍ତେ ଜେଲରୁ ଖସି ଯାଇଥିଲା । କିନ୍ତୁ ତାର ପ୍ରେମିକା ତାସହ ଆସିବାକୁ ରାଜି ନହେବରୀ ଦୁଃଖରେ ଭାଙ୍ଗିପଡି କଏଦୀ ଜଣଙ୍କ ପୁନଶ୍ଚ ଜେଲକୁ ଫେରି ଆସିଛନ୍ତି ।

BjdElectrycity

ଜେଲରୁ ଲୁଚି ପଳାଇଥିବା ଏହି କଏଦୀଙ୍କ ନାମ କବିରାଜ ବେହେରା ବୋଲି ଜଣାପଡିଛି । ୩୨ ବର୍ଷୀୟ କବିରାଜଙ୍କୁ ୨୦୧୯ ମସିହା ଡିସେମ୍ବରରେ ଏକ ବଳତ୍କାର ଅଭିଯୋଗରେ ପୋଲିସ ଗିରଫ କରିଥିଲା । ସେ ସେବେଠାରୁ ଜେଲରେ ଥିଲା ।

ମିଳିଥିବା ସୂଚନା ଅନୁସାରେ, କବିରାଜ ସୋମବାର ରାତିରେ ଜେଲର କାନ୍ଥ ଡେଇଁ ଖସି ଯାଇଥିଲା । ମଙ୍ଗଳବାର ଦିନ ସେ ନିଜେ ଫେରି ଆସି ଜେଲର ମୁଖ୍ୟ ଦ୍ୱାର ନିକଟ ଛିଡା ହୋଇଥିଲା ।

ଏହି ଘଟଣାରେ ଡିଆଇଜି (କାରାଗାର) ରଘୁନାଥ ମାଝୀ ଜେଲ ମୁଖ୍ୟ ୱାଡରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଜଣେ ପ୍ରେମିକା ଥାଇ ମଧ୍ୟ କବିରାଜ ବାହାଘର ପାଇଁ କଥା ଦେଇ ଦୀର୍ଘ ୨ ବର୍ଷ ହେବ ତାଙ୍କୁ ବଳତ୍କାର କରୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ ।

ଏହାପରେ ଅଭିଯୁକ୍ତ କବିରାଜ ତାର ପୂର୍ବ ପ୍ରେମିକା ସହ ଲୁଚି କେରଳ ପଳାଇଥିଲେ । ସେଥରର ସେମାନଙ୍କ ମଧ୍ୟରେ କିଛି ମତାନ୍ତର ହେବା ଯୋଗୁଁ ପୁନଃ ଡେସେମ୍ବରରେ ସେମାନେ ଓଡିଶା ଫେରି ଆସିଥିଲେ ।

ପୂର୍ବରୁ ସଜାଗ ଥିବା ପୋଲିସ କବିରାଜ ଓଡିଶା ଫେରିବା ଖଣି ତାଙ୍କୁ ଗିରଫ କରି ନେଇଥିଲା ।

ଜେଲରେ ଥାଇ ମଧ୍ୟ କବିରାଜ ତାଙ୍କ ପ୍ରେମିକାକୁ ସନ୍ଦେଶ ପଠାଉଥିଲେ। କିନ୍ତୁ ସେ ଜବାବ ଦେବାକୁ ମନା କରିଦେଇଥିଲେ । ଏଥିରୁ ନିରାଶ ହୋଇ କବିରାଜ ଜେଳରୁ ଖସି ଯାଇ ପ୍ରେମିକାକୁ ଭେଟିବାକୁ ନିଷ୍ପତ୍ତି ନେଲେ । ଯୋଜନା ଅନୁଯାୟୀ ସେ ଜେଲରୁ ଖସି ପ୍ରେମିକା ନିକଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ପ୍ରେମିକା ତାଙ୍କ ସହ ଯିବାକୁ ମନା କରିଦେଲା । ଯେଉଁଥିରେ ନିରାଶ ହୋଇ କବିରାଜ ପୁଣିଥରେ ଜେଲକୁ ଫେରି ଆସିଥିଲେ

Leave A Reply

Your email address will not be published.