ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ଝିଅକୁ ନିଜ ଜନ୍ମ କଲା ବାପା ଦୁଷ୍କର୍ମ ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଯାହାପରେ ପୀଡ଼ିତ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା।
ଅଭିଯୁକ୍ତ ଭୀମା ପ୍ରଧାନ (୪୩)ଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରିଛି। ଝିଅ ପ୍ରାୟ ୧୦ଟି ନିଦ ବଟିକା ଖାଇଦେଇଥିବା ବେଳେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣେ ଦିନମଜୁରିଆ ହୋଇଥିବା ବେଳେ ଜଣେ ମଦୁଆ ମଧ୍ୟ। ସେ ରାଜ୍ୟ ବାହାରେ କାମ କରୁଥିବା ବେଳେ ନିକଟରେ ଘରକୁ ଫେରିଥିଲା। ଜୁନ୍ ୧୧ ତାରିଖରେ ଘରେ କେହିନଥିବା ବେଳେ ଭୀମା ମଦ୍ୟପାନ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ବିଷୟରେ କାହାକୁ କହିଲେ ସେ ଉଭୟ ମାଆ ଓ ଝିଅଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।
ପରେ ମାଆ ଘରକୁ ଫେରି ଝିଅକୁ ଚେତାଶୂନ୍ୟ ଥିବା ଦେଖିବାକୁ ପାଇଥିଲେ। ସଂଗେସଂଗେ ଦିଗପହଣ୍ଡି ହସ୍ପିଟାଲକୁ ନେଇଥିଲେ ଏବଂ ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏମକେସିଜି ଏମସିଏଚକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଜୁନ୍ ୧୩ ତାରିଖରେ ଝିଅଟି ସାମାନ୍ୟ ସୁସ୍ଥ ହେବା ପରେ ଘଟଣା ବିଷୟରେ କହିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନଏସ ଏବଂ ପୋସ୍କୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହାବ୍ୟତୀତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା।
Comments are closed.