Latest Odisha News

BREAKING NEWS

ତିନି ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ ।

ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳଙ୍କ ସୂଚନା ଅନୁଯାୟୀ, କଟକ ଏସ୍‌ସିବିରୁ ଏକ ଟେକ୍ନିକାଲ ଟିମ୍ ଯାଜପୁର ଯିବ । ସେହିପରି ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଅନ୍ୟ ଏକ ଟିମ୍ ବାଲେଶ୍ୱର ଓ ଭଦ୍ରକ ଯିବେ ।

ଏହା ବ୍ୟତୀତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । ଏଥି ସହ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଲକ୍‌ଡାଉନ ନିୟମର କଡାକଡି ପାଳନ ହେବ ସେ ନେଇ ଦୃଷ୍ଟି ଦେବେ ।

Leave A Reply

Your email address will not be published.