Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ; ଗଣମାଧ୍ୟମ କହୁଛି ସାପ ଖାଉଛ, ମନ୍ତ୍ରୀ କହୁଛନ୍ତି ମିଛ କହୁଛ !

ଅରୁଣାଚଳପ୍ରଦେଶ: ଜୋର ଧରିଛି ଚର୍ଚ୍ଚ । କରୋନା ମହାମାରୀରେ ବଦଳିଛି ଅରୁଣାଚଳପ୍ରଦେଶ ଲୋକଙ୍କ ଖାଦ୍ୟଚକ୍ର । ସରକାରଙ୍କ ଅପାରଗତା ପାଇଁ ଭାତ ବଦଳରେ ସାପ ଖାଉଛନ୍ତି ଗରିବ ମୂଳବାସିନ୍ଦା ।

ତେବେ ଏ କଥା ଆମେ ନୁହେଁ ବରଂ ଏକ ଜାତୀୟ ଗଣମାଧ୍ୟମ ପ୍ରଥମେ ପ୍ରକାଶ କରିଥିଲା । ଏନଡିଟିଭର ଆର୍ଟିକଲ ଅନୁଯାୟୀ କରୋନା ଲକ୍‌-ଡାଉନ୍ ପାଇଁ ଅରୁଣାଚଳପ୍ରଦେଶର ଜନଜାତିମାନେ ଖାଇବାକୁ ନ ପାଇ ଅହିରାଜ ସାପକୁ ରାନ୍ଧି ଖାଇଥିଲେ । ଏହି ଆର୍ଟିକଲ୍ ସହ କିଛି ଫଟୋ ବି ଲୋକଙ୍କ ସାମ୍ନାକୁ ଆସିଥିଲା ।

ଏହି ଖବରର ଖୁଲାସା ପରେ ଅରୁଣାଚଳପ୍ରଦେଶ ସରକାର ତୁରନ୍ତ ଏହି ଖବରକୁ ମିଥ୍ୟା ଦର୍ଶାଇ ଟୁଇଟ୍ ଜରିଆରେ ସଫେଇ ଦେଇଥିଲେ ରାଜ୍ୟରେ ଚାଉଳର ଅଭାବ ନାହିଁ । ତିନିମାସର ଖାଦ୍ୟ ମହଜୁଦ ଥିଲାବେଳେ ପ୍ରାୟ ୨୦ହଜାର ଲୋକଙ୍କୁ ମାଗଣା ରାସନ ମିଳିସାରିଛି ।

ପରେ ଭାରତର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ କିରନ୍ ରିଜ୍ଜୁ ବି ତୁରନ୍ତ ଏକ ଟୁଇଟ୍ ଜରିଆରେ ଏନଡିଟିଭିକୁ ବିନା ପ୍ରମାଣ ଥାଇ ଏଭଳି ମିଥ୍ୟା ଗୁଜବ ପ୍ରଚାର ନ କରିବା ପାଇଁ ଚେତାବନୀ ଦେଇଥିଲେ ।

ଏହି ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଲାଗିପଡିଥିଲା ଖବରର ସତ୍ୟାସତ୍ୟ ବାହାର କରିବା ପାଇଁ । ସୋସିଆଲ୍ ମିଡିଆରେ ମିଳିଥିବା ଫଟୋକୁ ଗୁଗଲରେ ଅପଲୋଡ କରି ସର୍ଚ୍ଚ କରିବା ମାତ୍ରେ ସାମ୍ନାକୁ ଆସିଥିଲା ଏକାଧିକ ଫେସବୁକ ଆକାଉଣ୍ଟ ଓ ସେଥିରେ ଅପଲୋଡ ହୋଇଥିବା କିଛି ଭିଡିଓ ।

ଲିଟିଲ୍ ନାମକ ଏକ ଫେସବୁକ ପେଜ୍ ଓ ସଂଜୀବ ହଜାରିକା ନାମକ ଦୁଇଟି ଆକାଉଣ୍ଟରୁ ମିଳିଥିଲା ଦୁଇଦୁଇଟି ଭିଡିଓ । ଭିଡିଓକୁ ପ୍ଲେ କରି ଦେଖିବା ପରେ ଅନେକ କିଛି ଦ୍ୱନ୍ଦର ସମାଧାନ ହୋଇଥିଲା ।

ଏହି ଭିଡିଓଟି ଅରୁଣାଚଳପ୍ରଦେଶର ବୋଲି ସ୍ପଷ୍ଟ ହୋଇନଥିଲେ ବି ଏଥିରେ ସାପକୁ ଧରିଥିବା ଲୋକଟି ସ୍ପଷ୍ଟ ଭାବେ ଭୋକକୁ ଶାନ୍ତ କରିବା ପାଇଁ ଅହିରାଜକୁ ଖାଇବାକୁ ମନସ୍ତ କରିଥିବା ନେଇ ପ୍ରକାଶ କରିଛି ।

ସେହିଭଳି ଆଉ ଏକ ଭିଡିଓରେ ଏକାଧିକ ଲୋକ ସାପଟିକୁ ଧରିଥିଲାବଳେ ତାକୁ ଏକ କଦଳୀପତ୍ରରେ ରଖି ଖାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଦେଖିବାକୁ ମିଳିଥିଲା ।

ମିଳିଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ଏହା ସ୍ପଷ୍ଟ ହୋଇଛି ଯେ, ସୋସିଆଲ ମିଡିଆରେ ପ୍ରଚାରିତ ବ୍ୟକ୍ତିମାନେ ହିଁ କରୋନାଭାଇରସ ଓ ଲକ୍‌-ଡାଉନରେ ଭୋକର ତାଡନା ସହିନପାରି ଏକ ଅହିରାଜ ସାପକୁ ଭକ୍ଷଣ ପାଇଁ ଜଙ୍ଗଲରୁ ଧରିଥିଲେ ।

ହେଲେ ସେମାନେ ଅରୁଣାଚଳପ୍ରଦେଶର ବାସିନ୍ଦା ଓ ସାପକୁ ପୋଡି ଖାଇଥିବା ନେଇ ଆମ ନିକଟରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ତଥାପି ମାଟି ଉପରେ ପଡିଥିବା କିଛି ମାଂସ ଖଣ୍ଡ ଓ ପୋଡାଯାଇଥିବା ଅଂଶ ଅନେକ କିଛି ବୟାନ କରେ ।

Leave A Reply

Your email address will not be published.