Latest Odisha News

BREAKING NEWS

କେନ୍ଦ୍ରାପଡାରୁ ଉଦ୍ଧାର ହେଲା ବିରଳ ପ୍ରଜାତିର କୋବ୍ରା, ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଏକ ବିରଳ ଧଳା ସାପକୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ ତାଙ୍କ ଘର ଭିତରେ ସାପ ପଶିଯାଇଥିବା ଜାଣିବା ପରେ ପରିବାରର ସଦସ୍ୟମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ପରେ ଜଣେ ସ୍ଥାନୀୟ ସାପ ଧରାଳି ତପନ କୁମାର ଜେନା ଉକ୍ତ ସାପଟିକୁ ଧରିଥିଲେ । ହେଲେ ବିଭିନ୍ନ ରଙ୍ଗ ଯୋଗୁଁ ତାଙ୍କୁ ଚିହ୍ନଟ କରିପାରିନଥିଲେ । ଏହା ପରେ ସ୍ନେକ ହେଲ୍ପଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ସାପଟିକୁ ଆଲବିନୋ ସ୍ପେକଟାକଲ୍ଡ କୋବ୍ରା ବୋଲି ଚିହ୍ନଟ କରିଥିଲେ ।

ପରବର୍ତ୍ତୀ ସମୟରେ ନଳିନୀ ଉକ୍ତ ସାପର କିଛି ଭିଡିଓ ଓ ଫଟୋକୁ ମୋବାଇଲ୍ ଫୋନ୍ ମାଧ୍ୟମରେ ସ୍ନେକ ହେଲ୍ପଲାଇନ ଜେନେରାଲ୍ ସେକ୍ରେଟାରୀ ସୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲି।

ତେବେ ସେ ଗ୍ରାମ ଠାରୁ ୧୫ କିମି. ଦୂରରେ ଥିବା ଜଳାଶୟ ନିକଟରେ ସାପକୁ ଛାଡି ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.