Latest Odisha News

BREAKING NEWS

କ୍ୟାମେରାରେ କଏଦ ହେଲା କଳାବାଘ

ଦଶପଲ୍ଲା : କ୍ୟାମେରାରେ କଏଦ ହେଲା କଳାବାଘ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ବାଣିଗୋଛାର ବାଈଶୀପଲ୍ଲୀ ଅଭୟାରଣ୍ୟ ଅଂଚଳରେ ଏକ ବିରଳ କଳା ଚିତାବାଘ ଚିହ୍ନଟ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବାଘ ଚିହ୍ନଟ ହୋଇଛି। ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଛି ।

କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏହି ବ୍ଲାକ୍ ପାନ୍ଥର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.