Latest Odisha News

ବିରଳ ଜିରାଫ: ଯାହା ଦେହରେ ରହିଛି ଗୋଟିଏ ରଙ୍ଗ

ନ୍ୟୁୟର୍କ: ସାଧାରଣତଃ ଜିରାଫ କହିଲେ ଆମେ ଲମ୍ବା ବେକ ସହ ଦେହରେ ଛୋଟ ଛୋଟ ଦାଗ ଥିବା ପ୍ରାଣୀକୁ ବୁଝିଥାଉ । ହେଲେ ନିକଟରେ ଆମେରିକାର ଏକ ଚିଡ଼ିଆଖାନାରେ ଏପରି ଏକ ଜିରାଫ ଜନ୍ମ ହୋଇଛି, ଯାହା ଦୁନିଆର ସବୁଠୁ ବିରଳ ଜିରାଫ । ତା’ ଦେହରେ ଜିରାଫଙ୍କ ଭଳି କୌଣସି ଦାଗ ନାହିଁ । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆମେରିକା ଟେନେସିଇ ଲାଇମଷ୍ଟୋନର ବ୍ରାଇଟ୍ସ ପ୍ରାଣୀ ଉଦ୍ୟାନରେ ଗତ ଜୁଲାଇ ୩୧ରେ ଏପରି ଏକ ମାଈ ଜିରାଫ ଜନ୍ମ ହୋଇଛି । ତା’ର ରଙ୍ଗ ମାଟିଆ ହୋଇଥିବାବେଳେ ତା’ ଦେହରେ କୌଣସି ଦାଗ ନାହିଁ; ଯାହା ଦୁନିଆର ଏକମାତ୍ର ଗୋଟିଏ ରଙ୍ଗ ବିଶିଷ୍ଟ ଜିରାଫ । ନବଜାତ ଜିରାଫଟି ରେଟିକ୍ୟୁଲେଟଡ୍ ଜିରାଫ, ଏକ ବିଲୁପ୍ତ ପ୍ରଜାତି । ଯାହା ୨୦୧୮ରେ ପ୍ରକୃତି ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍‌?)ର ରେଡ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା ।

ଗତ ୩ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ବଣୁଆ ଜିରାଫଙ୍କ ସଂଖ୍ୟା ହଜିଯିବା ସହ ବନ୍ୟ ଜିରାଫଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି ବୋଲି ବ୍ରାଇଟ୍ସ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠାତା ଟୋନି ବ୍ରାଇଟ୍ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଏହି ବିରଳ ମାଈ ଜିରାଫର ନାମକରଣ ପାଇଁ ସୋସିଆଲ ମିଡିଆରେ ଅନୁରୋଧ କରାଯାଇଛି । ଯେଉଁମାନଙ୍କ ଦେହରେ ଗୋଟିଏ ରଙ୍ଗର ଦାଗ ସମଗ୍ର ଶରୀରରେ ରହିଥିବ, ସେମାନଙ୍କ ପ୍ରଜାତିକୁ ରେଟିକ୍ୟୁଲେଟଡ୍ ଜିରାଫ କୁହାଯାଏ ।

Comments are closed.