କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଏକ ଚାଷ ଜମିରୁ ଉଦ୍ଧାର ହୋଇଛି ଏକ ବିରଳ ପକ୍ଷୀ। ପକ୍ଷୀଟିର ଓଜନ ୧୦ କେଜି. ହୋଇଥିବା ବେଳେ ଡେଣାର ଲମ୍ବ ରହିଛି ୨ ମିଟର।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ଗ୍ରାମରେ ରଞ୍ଜନ ମଲ୍ଲିକ ବିଲକୁ ଯାଇଥିବା ବେଳେ ଏହି ପକ୍ଷୀକୁ ଦେଖିବାକୁ ପାଇଥିଲେ। ଯାହାପରେ ସେ ସ୍ଥାନୀୟ ବାସିନ୍ଦା ଏବଂ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ପକ୍ଷୀଟିକୁ ମାର୍ଶାଘାଈ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
ତେବେ ପକ୍ଷୀଟି ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।ଅପରପକ୍ଷରେ ଲୋକମାନେ ଏହି ପକ୍ଷୀଟିକୁ ବିରଳ ପ୍ରଜାତିର ଗରୁଡ ପକ୍ଷୀ ବୋଲି କହୁଛନ୍ତି।
Comments are closed.