Latest Odisha News

ପୁଣି ଏସସିବିରେ ବିରଳ ଅସ୍ତ୍ରୋପଚାର; ଶିଶୁକନ୍ୟାର ବିଶି ଆଙ୍ଗୁଳି ହେଲା ବୁଢ଼ା ଆଙ୍ଗୁଳି

କଟକ: ବିରଳ ଅସ୍ତ୍ରୋପଚାର କରି କଟକ ବଡ ମେଡିକାଲ ପୁଣି ଥରେ ଇତିହାସ ରଚିଛି । ଜନ୍ମରୁ ବୁଢ଼ା ଆଙ୍ଗୁଳି ନଥିବା ୧୫ ମାସର ଶିଶୁକନ୍ୟା ଦେହରେ ବିରଳ ଅସ୍ତ୍ରୋପଚାର କରାଯାଇ ବିଶି ଆଙ୍ଗୁଳିକୁ ବୁଢ଼ା ଆଙ୍ଗୁଳି କରାଯାଛି ।

ଦେବଗଡ ଜିଲ୍ଲା ଛତାବାର ଗ୍ରାମର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ ମାସର ଝିଅ ସ୍ମୃତିରେଖାର ଜନ୍ମ ସମୟରୁ ଡାହାଣ ହାତରେ ୪ଟି ଆଙ୍ଗୁଳି ଥିଲା ଓ ବୁଢ଼ା ଆଙ୍ଗୁଳିଟି ଠିକ ଭାବରେ ବିକସିତ ହୋଇ ପାରିନଥିଲା । ଅନେକ ଡାକ୍ତରୀ ପରୀକ୍ଷା ପରେ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ମାଇକ୍ରୋସର୍ଜରି ଟେକନିକ ମାଧ୍ୟମରେ ବିଶି ଆଙ୍ଗୁଳିକୁ ଛୋଟ କରି ସଂରକ୍ଷିତ କରି ରଖିଥିଲେ ଓ ତାକୁ ବୁଢ଼ା ଆଙ୍ଗୁଳିର ଆକାର ଦେଇଥିଲେ ।

ଡାକ୍ତର ବିଭୂତି ନାୟକଙ୍କ ଟିମ୍ ଗତ ସପ୍ତାହରେ ପାଖାପାଖି ୩ଘଣ୍ଟା ପର୍ଯ୍ୟନ୍ତ ଏହି ସର୍ଜରି କରିଥିଲେ । ତେବେ ଶିଶୁର ବୁଢ଼ା ଆଙ୍ଗୁଳି କାର୍ଯ୍ୟ କରିବା ଆରମ୍ଭ କରିଛି । ମାେଇକ୍ରୋସ୍କୋପ ମେସିନର ଅଭାବ ଯୋଗୁଁ ଏହି ପ୍ରକାରର ସର୍ଜରି କରିବାରେ ଆମେ ସକ୍ଷମ ହୋଇପାରୁନୁ ବୋଲି ଡାକ୍ତର ବିଭୂତି ନାୟକ କହିଛନ୍ତି ।

Comments are closed.