Latest Odisha News

ବରକୁ ସିଗାରେଟ୍ ପିଆଇ ସ୍ୱାଗତ କଲେ ଶାଶୁ ଶ୍ୱଶୁର

ବିଭିନ୍ନ ସମ୍ପ୍ରଦାୟରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । କେଉଁଠି ବିବାହ ସମୟରେ ବରକୁ ପୂଜାର୍ଚ୍ଚନା କରି ସ୍ୱାଗତ କରାଯାଉଥିବା ବେଳେ ଆଉ କେଉଁଠି ମିଠା ଖୁଆଇ ସ୍ୱାଗତ କରାଯାଇଥାଏ । କିନ୍ତୁ ବରକୁ ସିଗାରେଟ୍ ପିଆଇ ସ୍ୱାଗତ କରିବା କେବେ ଜାଣିଛନ୍ତି କି ? ତାହା ପୁଣି ସିଗାରେଟ୍ ପିଆଇବା ପରମ୍ପରା ପାଳନ କରିବେ ଉଭୟେ ବରର ଶାଶୁ ଓ ଶ୍ୱଶୁର । ଏପରି ଅଜବ ପରମ୍ପରାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ବର ଏକ ଚେୟାରରେ ବସିିଛନ୍ତି । ତାଙ୍କ ଶାଶୁ ଏକ ସିଗାରେଟ୍ ଆଣି ପାଟିରେ ଦେଉଛନ୍ତି । ଶ୍ୱଶୁର ସିଗାରେଟ୍‌ରେ ନିଆଁ ଲଗାଇବା ପରେ ବର ସିଗାରେଟକୁ ପିଉଛନ୍ତି । ଏପରି ଅଜବ ପରମ୍ପରା ଦେଖିବାକୁ ମିଳିଛି । ଏପରି ପରମ୍ପରା ବହୁତ ପୁରୁଣା । ଯାହା ଦକ୍ଷିଣ ଗୁଜୁରାଟର କିଛି ଗ୍ରାମରେ ଏବେ ସୁଦ୍ଧା ଅନୁପାଳନ କରାଯାଉଥିବା ଜଣାଯାଏ । ଏପରି ପରମ୍ପରା ବିହାରରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଠି ବରକୁ କେବଳ ପାନ ଓ ସିଗାରେଟ ଦେଇ ସ୍ୱାଗତ କରାଯାଇଥାଏ ।

Comments are closed.