Latest Odisha News

ବାଲେଶ୍ବରରୁ ବିରଳ ଧଳା ପେଚା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଠାରେ ଗୁରୁବାର ଦିନ ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ନୀଳଗିରି ବାଇପାସ୍ ରାସ୍ତା ନିକଟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ଥାନୀୟ ଲୋକ ଏକ ଆହତ ପେଚାକୁ ପାଇଥିଲେ। ପରେ ସେମାନେ ଏହି ପେଚାକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

ଚିକିତ୍ସା ପରେ ପେଚାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ନୀଳଗିରି ରେଞ୍ଜର ମନୱର ଖାନ ସୂଚନା ଦେଇଛନ୍ତି।

ତେବେ କୌଣସି ଗାଡି ଧକ୍କାରେ ପେଚାଟି ଆହତ ହୋଇଥିବା ନେଇ ସନ୍ଦେହ କରାଯାଉଛି।

Comments are closed.