ବିଟ୍ରେନ: ଜଣେ ମହିଳା ଯାଆଁଳା ହେଉ ବା ତିନୋଟି ସନ୍ତାନ ଜନ୍ମ ଦେବା ସମସ୍ତେ ଶୁଣିଥିବେ । କିନ୍ତୁ ଜଣେ ମହିଳାଙ୍କହ ଦୁଇଟି ଗର୍ଭାଶୟ ଥିବା ଶୁଣିଛନ୍ତି ? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ ହୋଇଛନ୍ତି । ଏହା ଦେଖି ଡ଼ାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
୨୪ ବର୍ଷ ବୟସ୍କା ମ୍ୟାଡଲିନ୍ କାକଲିକୋସ୍ ନାମକ ଜଣେ ମହିଳା ବିଟ୍ରେନରେ ରୁହନ୍ତି । ସେ ବହୁ ଚେଷ୍ଟା କରୁଥିଲେ ମଧ୍ୟ ମାଆ ହୋଇପାରୁ ନ ଥିଲେ । ଶେଷରେ ଆଇବିଏଫର ସାହାଯ୍ୟ ନେଲେ ଓ ଗର୍ଭବତୀ ମଧ୍ୟ ହେଲେ । ଏହି ସମୟରେ, ସେ ଜାଣିବାକୁ ପାଇଲେ ଯେ ତାଙ୍କ ଗର୍ଭରେ ଆଗରୁ ଆଉ ଏକ ଶିଶୁ ରହିଛି । ଏହା ଦ୍ୱିତୀୟ ଗର୍ଭାଶୟରେ ଥିଲା, ଯାହା ନିୟମିତ ପ୍ରକ୍ରିୟା ଗର୍ଭଧାରଣ ହୋଇଥିଲେ । ଆଉ ଡ଼ାକ୍ତର ଯେତେବେଳେ ତାଙ୍କର ଦୁଇଟି ଗର୍ଭାଶୟ ଅଛି ଏବଂ ଦୁଇଟି ପିଲା ବଢୁଛନ୍ତି ଦେଖିଲେ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ । ଏପରି ଦେଖି ମହିଳାଙ୍କ ପ୍ରତି ବିପଦ ଥିବା ଚେତାବନୀ ମଧ୍ୟ ଦେଲେ । କିନ୍ତୁ ନିକଟରେ ମ୍ୟାଡ଼ଲିନ୍ ଉଭୟ ପିଲାଙ୍କୁ ଜନ୍ମ ଦେଇଛନ୍ତି । ଏବେ ମାଆ ଓ ଦୁଇ ପିଲା ସୁସ୍ଥ ମଧ୍ୟ ଅଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ହେଉଛି ଏକ ବିରଳ ଘଟଣା । ୫୦ ନିୟୁତ ମହିଳାଙ୍କ ମଧ୍ୟରୁ କେବଳ ଜଣଙ୍କଠାରେ ଏପରି ଅବସ୍ଥା ଦେଖିବାକୁ ମିଳେ ।
ମ୍ୟାଡଲିନ୍ କହିଛନ୍ତି, ମୋର ଦୁଇଟି ଗର୍ଭାଶୟରେ ଦୁଇଟି ପିଲା ଥିବା ଯେତେବେଳେ ଶୁଣିଲି ଆଶ୍ଚର୍ଯ୍ୟ ହେବା ସହ ଆମେ ସ୍ୱାମୀ ସ୍ତ୍ରୀ ବହୁତ ଖୁସି ହେଲୁ । କାରଣ ଭଗବାନ ଆମକୁ ଗୋଟିଏ ପିଲା ଦେଉ ନ ଥିଲେ । ଆଉ ଏକା ସାଙ୍ଗରେ ଦୁଇଟି ପିଲା ଦେଇଥିବାରୁ ଆମେ ବହୁତ ଖୁସି । ମୋ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ମଧ୍ୟ ମୁଁ ପିଲାଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଲି । ଶେଷରେ ଦୁଇଟି ପୁଅକୁ ଜନ୍ମ ହେଲେ ଓ ଆମେ ତିନିି ସୁସ୍ଥ ଅଛନ୍ତି ।
Comments are closed.