Latest Odisha News

BREAKING NEWS

T20 ବିଶ୍ୱକପ୍: ଇତିହାସ ରଚିଲେ ରସିଦ ଖାନ୍, ଲାସିଥ୍ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପରେ ନୂଆ କୀର୍ତ୍ତି କରିଛନ୍ତି ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ୍ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ଇତିହାସ ରଚିଛନ୍ତି । ସୁପର-୧୨ ମୁକାବିଲାରେ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ପାକିସ୍ତାନ ହରାଇଥିଲେ ବି ନୂା ରେକର୍ଡ କରିଛନ୍ତି ରସିଦ ଖାନ୍ । ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ଦ୍ରୁତ ଶହେ ଓ୍ୱିକେଟ ନେଇଥିବା ବୋଲକ ହୋଇଛନ୍ତି ।

୨୩ ବର୍ଷୀୟ ରସିଦ ଖାନ୍ ୫୩ତମ ଅନ୍ତର୍ଜାତାୟୀ ଟି-ଟ୍ୱେଣ୍ଟିରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରେକର୍ଡ ଶ୍ରୀଲଙ୍କା କ୍ରିକେଟର ଲାସିଥ ମାଲିଙ୍ଗାଙ୍କ ନାଁରେ ଥିଲା । ମାଲିଙ୍ଗା ୭୬ ମ୍ୟାଚ୍ ଖେଳି ଶହେ ଓ୍ୱିକେଟ ଅକ୍ତିଆର କରିଥିଲେ । ସେହିପରି ବାଂଲାଦେଶର ସକିବ୍ ଅଲ୍ ହସନ୍ ଓ ଟିମ୍ ସାଉଦି ୮୪ଟି ମ୍ୟାଚରୁ ଦଖଲ କରିଥିଲେ ଶହେ ଓ୍ୱିକେଟ । ଏମାନଙ୍କୁ ଟପିଛନ୍ତି ରସିଦ ଖାନ୍ ।

ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ଲଢ଼େଇରେ ରସିହ ୧୫ତମ ଓଭରର ପ୍ରଥମ ବଲରେ ମହମ୍ମଦ ହାଫିଜଙ୍କୁ ପାଭିଲନ୍ ଫେରାଇଥିଲେ । ଏହାପରେ ଅଧିନାୟକ ବାବର ଆଜମଙ୍କୁ ଆଉଟ୍ କରି ୧୦୧ ତମ ଓ୍ୱିକେଟ ନେଇଥିଲେ । ଟି-ଟ୍ୱେଣ୍ଟିରେ ଦୁଇ ଥର ୫ଟି ଲେଖାଏ ଓ୍ୱିକେଟ ନେଇଥିବା ବେଳେ ୪ଥର କୌଣସି ଗୋଟିଏ ମ୍ୟାଚରେ ୪ଟି ଓ୍ୱିକେଟ ନେଇଛନ୍ତି ରସିଦ ଖାନ୍ ।

Comments are closed.