Latest Odisha News

ଉନ୍ମୋଚିତ ହେଲା ରଶ୍ମି ମିଶ୍ରଙ୍କ ” ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ “ଅହ୍ୟରାଣୀ” ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି ।

ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ ମୁଖ୍ୟ ଅତିଥି ଭାବରେ, ଗାଳ୍ପିକା ହୀରଣ୍ମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ, ସାହିତ୍ୟିକ ବିଜୟ ନାୟକ ଏବଂ  ଅଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଯେଉଁ କାହାଣୀ ପଢ଼ିବା ବେଳେ ବା ଶୁଣିବା ବେଳେ ସତ ଲାଗିବ ତାହା ହିଁ ସଫଳ ଗଳ୍ପ ଏବଂ କାହାଣୀର ଗଢ଼ଣ ବଡ଼ଦାଣ୍ଡ ଭଳି ସରଳ ଓ ପ୍ରଶସ୍ତ ନହୋଇ ଅଙ୍କାବଙ୍କା ନଈ ପରି ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଗିରୀଶ ରଂଜନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଗାଳ୍ପିକା ଶ୍ରୀମତୀ ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଏବଂ ଓକିଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.