Latest Odisha News

ସେଲ୍‌ଫି ନେବାରୁ ପ୍ରଶଂସକଙ୍କୁ ଧକ୍କା ଦେଲେ ରଶ୍ମିକାଙ୍କ ବଡିଗାର୍ଡ଼

ମୁମ୍ବାଇ: ପୁଷ୍ପାର ସଫଳତା ପରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ଜଣେ ପ୍ରଶଂସକ ଅଭିନେତ୍ରୀ ରଶ୍ମିକାଙ୍କ ସହ ସେଲ୍‌ଫି ନେବାରୁ ତାଙ୍କ ବଡ଼ିଗାର୍ଡ଼ ଜୋରରେ ଧକ୍କା ମାରିଛନ୍ତି । ହେଲେ ରଶ୍ମିକା ଏହାକୁ ବିରୋଧ କରିଛନ୍ତି । ଅଭିନେତ୍ରୀଙ୍କ ଏପରି ଉଦ୍ୟମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରଶ୍ମିକା ତାଙ୍କ ବଡ଼ିଗାର୍ଡ଼ଙ୍କ ସହ ଏକ କାର୍ଯ୍ୟକ୍ରମକୁ ଯାଉଛନ୍ତି । ରଶ୍ମିକାଙ୍କୁ ଦେଖି ପ୍ରଶଂସକମାନେ ଉତ୍ସାହିତ ହୋଇ ଭିଡ଼ ଜମାଇଥିଲେ । ଏହି ସମୟରେ ଜଣେ ପ୍ରଶଂସକ ରଶ୍ମିକାଙ୍କ ପାଖକୁ ଆସି ସେଲ୍‌ଫି ନେବାକୁ ଚେଷ୍ଟା କରିବାରୁ ତାଙ୍କ ବଡ଼ିଗାର୍ଡ଼ ରାଗିଯାଇ ତାଙ୍କୁ ଧକ୍କା ଦେଇଥିଲେ । ରଶ୍ମିକା ସେହି ସମୟରେ ତାଙ୍କ ବଡ଼ିଗାର୍ଡ଼ଙ୍କୁ ଅଟକାଇଥିବାର ନଜର ଆସିଛନ୍ତି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ରଶ୍ମିକାଙ୍କ ଏପରି କାର୍ଯ୍ୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ରଶ୍ମିକା ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ରେ ରଣବୀର କପୁରଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ବଙ୍ଗା । ଏହା ବ୍ୟତୀତ ରଶ୍ମିକାଙ୍କୁ ଅଲୁ ଅର୍ଜୁନଙ୍କ ସହ ଚଳଚ୍ଚିତ୍ର ‘ପୁଷ୍ପା ୨’ରେ ମଧ୍ୟ ଦେଖିବାକୁ ମିଳିବ ।

Comments are closed.