Latest Odisha News

ଦିନେ ବଲିଉଡ ଫିଲ୍ମରେ ଟଙ୍କା ଲଗାଇଥିଲେ ରତନ ଟାଟା, ଫ୍ଲପ୍ ହେବା…

ମୁମ୍ବାଇ: ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ସମଗ୍ର ଦେଶରେ ଶୋକାକୂଳ ହୋଇପଡ଼ିଛି। ଜଣେ ଖ୍ୟାତନାମା ବ୍ୟବସାୟୀ ହେବା ସଙ୍ଗେସଙ୍ଗେ ରତନ ଟାଟାଙ୍କର ଚଳଚ୍ଚିତ୍ର ପ୍ରତି ମଧ୍ୟ ଆଗ୍ରହ ରହିଥିଲା।

ତେବେ ସେ ତାଙ୍କ ଜୀବନକାଳ ମଧ୍ଯରେ କେବଳ ଗୋଟିଏ ବଲିଉଡ ଫିଲ୍ମରେ ଟଙ୍କା ନିବେଶ କରିଥିଲେ। ଏହି ଚଳଚ୍ଚିତ୍ରଟି ଅମିତାଭ ବଚ୍ଚନଙ୍କ ‘ଏତବାର’ ଥିଲା।

ରତନ ଟାଟା ଏହି ଚଳଚ୍ଚିତ୍ରଟିକୁ ଜତିନ୍ କୁମାର ଏବଂ ମନ୍ଦୀପ ସିଂଙ୍କ ସହ ଟାଟା ବିଏସ୍ଏସ୍ ବ୍ୟାନରରେ ପ୍ରଯୋଜନା କରିଥିଲେ।

୨୦୦୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଫ୍ଲପମୁଭି ରହିଥିଲା। ୯ କୋଟି ୫୦ଲକ୍ଷ ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୭ କୋଟି ୯୬ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲା। ଫିଲ୍ମର ଏଭଳି ସ୍ଥିତି ଦେଖି ରତନ ଟାଟା ଆଉ କୌଣସି ଫିଲ୍ମରେ ଟଙ୍କା ଲଗାଇ ନଥିଲେ।

Leave A Reply

Your email address will not be published.