Latest Odisha News

BREAKING NEWS

ପୁରୀ ବେଳାଭୂମିରେ ବାଲୁକା କଳାରେ ଶୋଭା ପାଉଛନ୍ତି ୧୦୧ ଜଗନ୍ନାଥ

ପୁରୀ: ପଦ୍ମଶ୍ରୀ ପୁରସ୍କାର ବିଜେତା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ନିଜର ଏକ ଅନନ୍ୟ କଳାକୃତିକୁ ନେଇ ଚର୍ଚ୍ଚା ରେ ଅଛନ୍ତି। ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସେ  ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କର ୧୦୧ଟି ବାଲୁକା ମୂର୍ତ୍ତି ତିଆରି କରିଛନ୍ତି।

ଯାହା ଖୁବ୍ ଚମତ୍କାର ଦେଖାଯିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୁଦର୍ଶନ, ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥ ଉପରେ ବିରାଜମାନ କରିଥିବା ଦେଖିବାକୁ ମିଳିଛି। ଏଥିଲାଗି ପ୍ରାୟ ୪.୫ ଟନ୍ ବାଲି ବ୍ୟବହାର କରାଯାଇଛି ଓ ଏଥିରେ ସୁଦର୍ଶନଙ୍କ ସହ ତାଙ୍କ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରମାନେ ମଧ୍ୟ ଯୋଗ ଦେଇଥିଲେ। ଏହା “ଜୟ ଜଗନ୍ନାଥ – ବିଶ୍ୱାସ ଏବଂ ଏକତାର ଯାତ୍ରା” ର ବାର୍ତ୍ତା ମଧ୍ୟ ପ୍ରଦାନ କରୁଅଛି।

 

Comments are closed.