Latest Odisha News

BREAKING NEWS

ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଆଷାଢ଼ ମାସରେ ରଥଯାତ୍ରା ପାଳନ କରିବାକୁ ଇସ୍କନର ନିଷ୍ପତ୍ତି

ଭୁୁବନେଶ୍ୱର: କିଛି ରାଜ୍ୟ ଓ ବିଦେଶରେ ଅଦିନିଆ ରଥଯାତ୍ରା ହେଉଥିବା ନେଇ ଇସ୍କନ ସାରା ଦେଶରେ ପାରମ୍ପରିକ ତିଥି ଆଷାଢ଼ ମାସରେ ରଥଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

ଜାତୀୟ ଯୋଗାଯୋଗ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି, “ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅନୁରୋଧ କ୍ରମେ ନଭେମ୍ବର ୨୦୧୯ରେ ହୋଇଥିବା ଏକ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ।

ଆମେ ଜନତାକୁ ଏହା ଜଣାଇବାକୁ ଚାହୁଁଛୁ ଯେ, ରଥଯାତ୍ରା ତାରିଖ ବିଷୟରେ ଇସ୍କନ ଗଜପତି ମହାରାଜଙ୍କ ସହିତ ସଂପର୍କ କରାଯାଇଥିଲା ଏବଂ ତାଙ୍କ ନିଷ୍ପତ୍ତି କ୍ରମେ ଏକ ବୈଠକ ବସିଥିଲା । ଏହାପରେ ଭୁବନେଶ୍ୱରରେ ଦୁଇଟି ବୈଠକ ବସିଥିଲା ।

ବୈଠକର ଅଧ୍ୟକ୍ଷତା କରି ଗଜପତି ମହାରାଜ ପରାମର୍ଶ ଦେଇଥିଲେ କି, ଆମେ ଗୁଣ୍ଡିଚା ଓ ବାହୁଡା ଯାତ୍ରାର ୧୨ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିପାରିବୁ । ଆମେ ସ୍କନ୍ଦ ପୁରାଣ ମଧ୍ୟ ଉପସ୍ଥାପନ କରିଥିଲୁ, ଯେଉଁଥିରେ ବସନ୍ତ ପଂଚମୀ ଓ ଅଶୋକାଷ୍ଟମୀ ଦିନ ମଧ୍ୟ ରଥଯାତ୍ରା ପାଳନ କରିବାକୁ ଅନୁମତି ଦିଆଯାଇଛି । ଏନେଇ ଗଜପତି ମହାରାଜଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛୁ । ଯେହେତୁ ଏହି ପର୍ବ ୫୦ବର୍ଷ ଧରି ଚାଲି ଆସିଛି । ଏଥିରେ ପରିବର୍ତ୍ତନ ହେବାକୁ କିଛି ସମୟ ଲାଗିବ ।”

ସୂଚନାଯୋଗ୍ୟ, ଜାନୁଆରୀ ୩୦ରେ ମୁମ୍ବାଇର ଇସ୍କନ ଦ୍ୱାରା ଆୟୋଜିତ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାସସ୍ୱାମୀ ମହାରାଜଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ।

Leave A Reply

Your email address will not be published.