Latest Odisha News

BREAKING NEWS

ଘୁ’ ଘୁ’ ଗର୍ଜନରେ ବଡ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି।

ଏହା ପୂର୍ବରୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗଡିଥିଲା ।

ଆଜି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ଗଜପତି ମହାରାଜା ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ରଥରେ ଛେରା ପହଁରା ସମାପ୍ତ କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମାପ୍ତ କରିଥିଲେ ।

ଏହାପରେ ଘୁ’ ଘୁ’ ନାଦ କରି ବଡଦାଣ୍ଡରେ ଗଡି ଚାଲିଛି ତିନି ରଥ । ତେବେ କରୋନା କଟକଣା ଯୋଗୁଁ ଆଜି ଶ୍ରୀମନ୍ଦିର ପରିସର ତଥା ବଡଦାଣ୍ଡ ଏକପ୍ରକାର ଖାଁ ଖାଁ ହୋଇପଡିଛି ।

 

Leave A Reply

Your email address will not be published.