Latest Odisha News

BREAKING NEWS

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା ।

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ସବା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି ।

ଆଜି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ଗଜପତି ମହାରାଜା ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ରଥରେ ଛେରା ପହଁରା ସମାପ୍ତ କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମାପ୍ତ କରିଥିଲେ ।

ଏହାପରେ ଘୁ’ ଘୁ’ ନାଦ କରି ବଡଦାଣ୍ଡରେ ଗଡି ଚାଲିଛି ତିନି ରଥ ଏବଂ ଶ୍ରଦ୍ଧାଳୁମାନେ ଆନନ୍ଦଉଲ୍ଲାସର ସହ ଟାଣିନେଇଛନ୍ତି ରଥକୁ ।

ଆଜି ଶ୍ରୀମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.