ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଲେଗ ସ୍ପିନର ରବି ବିଶ୍ନୋଇଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ବିଶ୍ନୋଇ ସ୍ପଷ୍ଟ ଭାବେ କହିଥିଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନିଷ୍ପତି ଆଶ୍ଚର୍ଯ୍ୟଚକିତ କରିଥିଲା । ଏ ଭଳି ମହାନ ଖେଳାଳି ପଡିଆରୁ ଅବସର ଘୋଷଣା କରିଥିଲେ ତାହା ସମସ୍ତଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାନ୍ତା । ସେ ଏହା କହି ପରୋକ୍ଷରେ ବିସିସିଆଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସୂଚନାଯୋଗ୍ୟ, କୋହଲି ଏବଂ ରୋହିତ ଇଂଲଣ୍ଡ ଗସ୍ତ ଠିକ ପୂର୍ବରୁ ହଠାତ ଆନ୍ତର୍ଜାତୀୟ ଟେଷ୍ଟରୁ ଅବସର ଘୋଷଣା କରିଥିଲେ । କୋହଲି ଓ ରୋହିତ ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି । ସେମାନଙ୍କ ନିକଟତର ହେବା ଅନେକ ଖେଳାଳିଙ୍କ ସ୍ୱପ୍ନ ହୋଇ ରହିବ ।
ଦିନିକିଆ କ୍ରିକେଟ ଉଭୟ ଖେଳିବା ଜାରୀ ରଖିଥିବାରୁ, ଏହା ମାଧ୍ୟମରେ ସେମାନେ ଉପଯୁକ୍ତ ଢ଼ଙ୍ଗରେ କ୍ରିକେଟକୁ ଅଲବିଦା କହିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ନିକଟରେ ଏସିଆ କପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଥିଲା । ଏଥିରେ ରବି ବିଶ୍ନୋଇଙ୍କୁ ସୁଯୋଗ ମିଳି ନାହିଁ । ଟି୨୦ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଭଲ ରହିଛି । ସେ ୪୨ ମ୍ୟାଚରେ ୬୧ ୱିକେଟ ନେଇଛନ୍ତି । ବିଶ୍ନୋଇଙ୍କ ଏହି ବୟାନ ବିସିସିଆଇକୁ କ୍ରୋଧୀତ ନ କରୁ ବୋଲି ପ୍ରଶଂସକମାନେ କହିଛନ୍ତି ।
Comments are closed.