Latest Odisha News

BREAKING NEWS

ସନ ଅଫ ସର୍ଦ୍ଦାର ୨ରେ ଅଭିନୟ କରିବେ ସଞ୍ଜୟ, ରବି କିଶନ

ମୁମ୍ବାଇ: ସନ ଅଫ ସର୍ଦ୍ଦାର ୨ ପାଇଁ ମେକର୍ସ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏହି ଆକ୍ସନ କମେଡି ଫିଲ୍ମରେ ସଞ୍ଜୟ ଦତ ଏବଂ ରବି କିଶନ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜୟ ଦେବଗାନ ଭୂମିକା ସମ୍ପର୍କରେ କୌଣସି ଖୁଲାସା କରାଯାଇ ନାହିଁ । ପୂର୍ବରୁ ସଞ୍ଜୟ ଯେଉଁ ଭୂମିକା କରିବେ ବୋଲି ସ୍ଥିର ହୋଇଥିଲା ତାହା ଏବେ ରବି କିଶାନ କରିବେ । ୟୁକେ ପାଇଁ ସଞ୍ଜୟଙ୍କୁ ଭିସା ମିଳୁ ନ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଞ୍ଜୟ ମିଶ୍ର ବିହାରୀ ଡନ ଭୂମିକା କରିବେ । ନିକଟରେ ଏଡିନମର୍ଗ ଓ ଗ୍ଲାସଗୋରେ ଫିଲ୍ମର ୪୦ ଦିନ ଶୁଟିଂ ଶେଷ ହୋଇଛି ।

ସଞ୍ଜୟ ଦତ ଏହି ଫିଲ୍ମ ଛାଡି ଦେଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ଏବେ ଏହାକୁ ଖଣ୍ଡନ କରାଯାଇଛି । ଭିସା ଅସୁବିଧା ଯୋଗୁ ଏହି କଥା ଉଠିଥିଲା ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ସୂଚନଯୋଗ୍ୟ ସନ ଅଫ ସର୍ଦ୍ଦାର ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ଦ୍ୱିତୀୟ ସଂସ୍କରଣରେ ପ୍ରଥମ ପାର୍ଟର କୌଣସି ଲିଙ୍କ ରହିବ ନାହିଁ ବୋଲି ମେକର୍ସଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Comments are closed.