Latest Odisha News

BREAKING NEWS

ଓଡ଼ିଶାରେ ପାଠ ପଢ଼ି ଆମେରିକାର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର

ନୂଆଦିଲ୍ଲୀ: ଓଡ଼ିଶାରେ ପାଠ ପଢ଼ି ଆମେରିକର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର। ଆମେରିକୀୟ ବହୁଦେଶୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ନିଯୁକ୍ତ ହୋଇଛନ୍ତି ଇନ୍‌ଫୋସିସ୍‌ର ପୂର୍ବତନ ଅଧ୍ୟକ୍ଷ ଭାରତର ରବି କୁମାର। ବ୍ରାଏନ ଏମ୍‌ଫ୍ରିସ୍‌ଙ୍କ ସ୍ଥାନରେ ରବିଙ୍କୁ ସିଇଓ ନିଯୁକ୍ତି ଦେବା ସହ ସେ ବୋର୍ଡର ସଦସ୍ୟ ହୋଇଛନ୍ତି। ଏବେ ବ୍ରାଏନ୍ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ କମ୍ପାନୀର ସ୍ୱତନ୍ତ୍ର ଉପଦେଷ୍ଟା ରହିବେ ବୋଲି କମ୍ପାନୀ ଘୋଷଣା କରିଛି।

ସୂଚନା ଅନୁସାରେ, ଓଡ଼ିଶାରେ ପାଠ ପଢ଼ିଛନ୍ତି। ମହାରାଷ୍ଟ୍ର ଶିବାଜୀ ୟୁନିଭର୍ସିଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ସେ ଓଡ଼ିଶାର ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟରୁ ଏମ୍‌ବିଏ କରିଛନ୍ତି। ଏଥିସହିତ ରବି କୁମାର ଭାବା ଆଟୋମିକ ରିସର୍ଚ ସେଣ୍ଟରରେ ବୈଜ୍ଞାନିକ ଭାବରେ ବି କାମ କରିଥିବା ତାଙ୍କ ଲିଙ୍କ୍‌ଡିନ ପ୍ରୋଫାଇଲରୁ ସୂଚନା ମିଳିଛି।

ସୂଚନା ଥାଉକି ରବି କୁମାର ପୂର୍ବରୁ ଇନ୍‌ଫୋସିସ୍‌ରେ ଅଧ୍ୟକ୍ଷଭାବେ ଦାୟିତ୍ୱ ତୁଲାଇଛନ୍ତି। ସେ ୨୦୦୨ରେ ରବି କୁମାର ଇନ୍‌ଫୋସିସ୍‌ର ହାଇଦ୍ରାବଦ ଅଫିସ୍‌ରୁ କାମ କରିବା ଆରମ୍ଭ କରି ୨୦୧୪ରେ ମନ୍ଥନ ଅଫିସ୍‌ରେ ବି କାର୍ଯ୍ୟ କରିଥିଲେ।

ସୂଚନା ଥାଉକି, କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନ ହେଉଛି ଏକ ବହୁଦେଶୀୟ ଆମେରିକୀୟ ଆଇଟି କମ୍ପାନୀ। ଯାହାର ମୁଖ୍ୟାଳୟ ନ୍ୟୁଜର୍ସିର ଟିନେକ ଠାରେ ରହିଛି। ରବି କୁମାର ୨୦୧୬ ଜାନୁଆରୀ ଠାରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସେ କମ୍ପାନୀ ଅଧ୍ୟକ୍ଷ ଥିଲେ।

Comments are closed.