Latest Odisha News

BREAKING NEWS

ରୋହିତ କହିଲେ କଣ ପାଇଁ ଖେଳି ନ ଥିଲେ ସିଡନୀ ଟେଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ କାହିଁକି ଖେଳି ନ ଥିଲେ ତାହା ପ୍ରକାଶ କରିଛନ୍ତି । ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ସେ ଆଇପିଏଲରେ ଖେଳିବା ଅବସରରେ ପ୍ରକୃତ କାରଣ କହିଥିଲେ । ସୂଚନାଯୋଗ୍ୟ, ଏହି ସିରିଜ ପରେ ରୋହିତ ଏବଂ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରୋହିତ ୫ଟି ମ୍ୟାଚରେ ୩୧ ରନ କରିଥିଲେ । ସେ ଏହା ପରେ ଦଳର ସ୍ୱାର୍ଥ ଦୃଷ୍ଟିରୁ ସିଡନୀ ଟେଷ୍ଟରେ ଖେଳି ନ ଥିଲେ । ଶାସ୍ତ୍ରୀ କହିଛନ୍ତି ମୁଁ କୋଚ ହୋଇଥିଲେ କେବେ ବି ରୋହିତକୁ ବାହାର ବସିବାକୁ ଦେଇ ନ ଥାନ୍ତି ।

ରୋହିତ ପ୍ରଥମ ଟେଷ୍ଟରେ ବ୍ୟକ୍ତିଗତ କାରଣ ଯୋଗୁ ଏବଂ ଶେଷ ମ୍ୟାଚ ଖରାପ ଫର୍ମ ନେଇ ଖେଳି ନ ଥିଲେ । ରୋହିତ ଏହି ମ୍ୟାଚରେ ଖେଳିଥିଲେ ନିଶ୍ଚିତ ଭାବେ ଭାରତ ସପକ୍ଷରେ ମ୍ୟାଚ ଯାଇଥାନ୍ତା ବୋଲି ଶାସ୍ତ୍ରୀ କହିଛନ୍ତି । ମୁଁ ଖେଳାଳିଙ୍କ ଫର୍ମ ଅପେକ୍ଷା ଅଭିଜ୍ଞତା ଉପରେ ବିଶ୍ୱାସ ରଖିଥାଏ । ଭାରତ ଏହି ସିରିଜ ୧-୩ରେ ହାରିଥିଲା । କୋହଲି ଓ ରୋହିତଙ୍କ ବିନା ଭାରତ ଏବେ କିପରି ଟେଷ୍ଟରେ ପ୍ରଦର୍ଶନ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Comments are closed.