ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୨୫ ଆଇପିଏଲରେ ଟାଇଟଲ ହାସଲ କରିଛି । ଏଥର ଟାଇଟଲ ବଜାୟ ରଖିବା ପାଇଁ ଆରସିବି ଉଦ୍ୟମ କରିବ । ଏଥର ମଧ୍ୟ ବେଙ୍ଗାଲୁରକୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଆରସିବି ଟିମ ଟାଇଟଲ ଜିିତିବ ବୋଲି ଦୃଢ଼ତା ସହକାରେ କହିଛନ୍ତି । ସେ କହିଛନ୍ତି ଯେ, ଆରସିବି ଆଉ ୨ଟି ସିଜନରେ ମଧ୍ୟ ଚାମ୍ପିୟନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଆଇପିଏଲ ଜିତିବା ନେଇ ଆଗୁଆ ଭବିଷ୍ୟବାଣୀ କରିବା ଅବଶ୍ୟ କଷ୍ଟକର । ମାତ୍ର ଆରସିବି ନିକଟରେ ୱାନ ଟୁ ୱାନ ରିପ୍ଲେସମେଂଟ ଭଲ ଥିବାରୁ ଜିତିବା ସମ୍ଭାବନା ଅଧିକ ରହିଛି ।
ଜୋଶ ହାଜେଲଉଡ ଆଘାତ ସମସ୍ୟାରେ ପଡିବା ପରୋକ୍ଷରେ ଆରସିବି ନିକଟରେ ଭଲ ବିକଳ୍ପ ସୃଷ୍ଟି କରିଛି । ଫିଲ ସଲ୍ଟ ଓ ଜ୍ୟାକବ ବେଥେଲ ଭଲ ଫର୍ମରେ ନ ଥିଲେ ମଧ୍ୟ ଆରସିବି ସେମାନଙ୍କୁ ଖେଳାଇବା ବୁଦ୍ଧିମାନର କାମ ହେବ । ଉଭୟ ଯଦି ଫର୍ମକୁ ଫେରିବେ ହାଜେଲଉଡଙ୍କ ପ୍ରତ୍ୟାବର୍ତନ ପରେ ଦଳ ଆହୁରି ମଜଭୁତ ହେବ ବୋଲି ଅଶ୍ୱୀନ କହିଛନ୍ତି । ଆରସିବି ମାଚ୍ଚ ର୍ ୨୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।