ଚେନ୍ନାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ ଅଷ୍ଟ୍ରେଲିଆରୁ ଚେନ୍ନାଇ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ଅଶ୍ୱୀନଙ୍କ ବାପା କହିଥିଲେ, ମୋ ପୁଅକୁ ବାରମ୍ବାର ଅପମାନିତ କରିଯିବାରୁ ସେ ବାଧ୍ୟ ହୋଇ ଅବସର ନେଲେ । ସେ ଆଉ କିଛି ଦିନ ଆରାମରେ ଖେଳିଥାନ୍ତେ ବୋଲି ରବିଚନ୍ଦ୍ରନ କହିଛନ୍ତି । ଏବେ ବାପାଙ୍କ ବୟାନ ନେଇ ଅଶ୍ୱୀନ ମୁହଁ ଖୋଲିଛନ୍ତି । ମୋ ବାପାଙ୍କୁ ମିଡିଆ ସହିତ କଥା ହେବାର ଟ୍ରେନିଂ ଦିଆଯାଇନି । ତାଙ୍କ ବୟାନକୁ ଦୟାକରି ଗୁରୁତ୍ୱ ସହକାରେ ନିଅନି । କ୍ଷମା କରିବା ସହ ତାଙ୍କୁ ଏକୁଟିଆ ଛାଡିଦେବାକୁ ଅଶ୍ୱୀନ କହିଛନ୍ତି । ମୁଁ ହଠାତ ଅବସର ନେଇଯିବାରୁ ମୋ ପରିବାରବର୍ଗ ଭାବପ୍ରବଣ ହୋଇ ପଡିଥିଲେ ।
ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଅଶ୍ୱୀନଙ୍କୁ କେବଳ ଗୋଟିଏ ମ୍ୟାଚରେ ଖେଳିବା ସୁଯୋଗ ପ୍ରଦାନ କରାଯାଇଥିଲା । ସେ ଅନୁଭବ କଲେ ଯେ, ତାଙ୍କର ଦଳରେ ଆଉ ଆବଶ୍ୟକତା ନାହିଁ । ଅଶ୍ୱୀନଙ୍କ ହଠାତ ଅବସର ଗ୍ରହଣ ନିଷ୍ପତି ଅନୀଲ କୁମ୍ବଲେ ଓ ଏମଏସ ଧୋନୀଙ୍କ ଘଟଣାକୁ ମନେ ପକାଇ ଦେଇଥିଲା । ସେମାନେ ମଧ୍ୟ ସିରିଜ ଅଧାରୁ ଅବସର ନେଇଥିଲେ ।