Latest Odisha News

ଜାଡେଜା ବି ନେଲେ ଅବସର

ନୂଆଦିଲ୍ଲୀ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାସଲ କରିବା ପରେ ସାରା ଦେଶ ଉତ୍ସବ ମୁଖରିତ । ଏହା ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଟି୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ସେ ମଧ୍ୟ ଆନ୍ତର୍ଜାତୀୟ ଟି୨୦କୁ ବାଇ ବାଇ କରିଛନ୍ତି । ମୋ ସ୍ୱପ୍ନ ସାକାର ହୋଇଛି । ଏହି ସୁଖଦ କ୍ଷଣରେ ଅବସର ନେବା ବୁଦ୍ଧିମାନର କାମ ହେବ ବୋଲି ସେ କହିଛନ୍ତି । ଭାରତ ବିଶ୍ୱକପ ଜିତିବା ପରେ ଜାଡେଜାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଏହି ଅବସରରେ ଷ୍ଟାଡିୟମରେ ତାଙ୍କ ପତ୍ନୀ ରିଭାଭା ଜାଡେଜା ମଧ୍ୟ ଉପସ୍ଥିତ ଥିଲେ ।

ଫାଇନାଲରେ ଜାଡେଜା ୨ ରନ କରିଥିବା ବେଳେ ଗୋଟିଏ ଓଭରରେ ୧୨ ରନ ଦେଇଥିଲେ । ଅବଶ୍ୟ ଏହା ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ ନ ଥିଲା । ବିଶ୍ୱର ଏହି ପ୍ରତିଷ୍ଠିତ ଅଲରାଉଣ୍ଡର ୨୩ଟି ଟି୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ୨୩୧ ରନ କରିଥିବା ବେଳେ ୧୩ଟି ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.