Latest Odisha News

ଖାଆନ୍ତୁ ଓ ଖୁଆନ୍ତୁ ‘ଅମୃତଭଣ୍ଡା କ୍ଷୀରୀ’

ଭୁବନେଶ୍ବର: ଅମୃତଭଣ୍ଡା ଦେହ ପାଇଁ ଭଲ । ଅମୃତଭଣ୍ଡାରୁ ଭଜା, ତରକାରୀ କରି ସମସ୍ତେ ଖାଆନ୍ତି । କିନ୍ତୁ ଆମେ ଆଜି ଶିଖିବା ‘ଅମୃତଭଣ୍ଡା କ୍ଷୀରୀ’ । ପୂଜାପର୍ବାଣୀ ହେଉ ଅବା ସ୍ପେଶିଆଲ ଦିନ ମାନଙ୍କରେ ଏହା କରିକି ଖାଇ ପାରିବେ ।

ସାମଗ୍ରୀ:- ଅମୃତଭଣ୍ଡା କୋରା- ଅଧ କପ୍, କ୍ଷୀର- ୧ ଲିଟର, ଚିନି-୧କପ୍, ଗୁଜୁରାତି-୪ଟି, ଘିଅ-୧/୪ କପ୍

ପ୍ରଣାଳୀ:- ଘିଅରେ ଅମୃତଭଣ୍ଡା କୋରା ପକାଇ ଭାଜ । ହାଲକା ଲାଲ ରଙ୍ଗ ହୋଇଆସିଲେ କରେଇରୁ କାଢିଦିଅ । କ୍ଷୀରକୁ ସିଝାଇ ଅଧା ହୋଇଗଲେ ଚିନି, ଅମୃତଭଣ୍ଡା କୋରାକୁ ମିଶାଅ । ଗୋଳାଉ ଥିବେ ମଝିରେ ମଝିରେ । କ୍ଷୀରୀ ହୋଇଆସିଲେ ଗୁଜୁରାତି ଦାନା ପକାଇ ଓହ୍ଲାଇ ଦିଅନ୍ତୁ ।

ଏହାକୁ ଆପଣ ଥଣ୍ଡା କରି ଖାଇଲେ ଅଧିକ ସ୍ବାଦିଷ୍ଟ ଲାଗିବ ।

Comments are closed.