Latest Odisha News

ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ

ରାୟଗଡା: ଗିରଫ ହେଲେ ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ । ତହସିଲଦାର ଲାଞ୍ଚ ନେଉଥିବା ଜାଣି ପିଛା କରିଥିଲା ଭିଜିଲାନ୍ସ ଟିମ୍‌ । ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ା ଠାରେ ବିଚିତ୍ରାନନ୍ଦଙ୍କୁ ରୋକିଥିଲା ଟିମ୍‌ । ଭିଜିଲାନ୍ସକୁ ଦେଖି ଟଙ୍କା ବ୍ୟାଗ ଫିଙ୍ଗି ଦ୍ରୁତ ଗତିରେ ଡ୍ରାଇଭ୍‌ କରି ପଳାଇଥିଲେ ବିଚିତ୍ରାନନ୍ଦ । ଅନ୍ୟପଟେ ତହସିଲଦାରଙ୍କ ଦ୍ରୁତ ଡ୍ରାଇଭ୍‌ ପାଇଁ ଆହତ ହୋଇଥିଲେ ଭିଜିଲାନ୍ସ ଟିମ୍‌ । ମାତ୍ର ତହସିଲଦାରଙ୍କୁ ରାୟଗଡ଼ାରେ ଠାବ କରି ଅଟକାଇଥିଲେ ଟିମ୍‌ । ପରେ ତହସିଲଦାରଙ୍କ ଅଫିସ୍‌ ଓ କ୍ବାର୍ଟର୍ସ ରେଡ୍‌ ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଗତକାଲି ଜମି ପଟ୍ଟା ପାଇଁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୋଡାଇ ଗୋଡାଇ ଧରିଥିଲା ଭିଜିଲାନ୍ସ । ହନୁମନ୍ତପୁର ପଞ୍ଚାୟତର ପ୍ରାୟ ୩ ଶହ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ତହସିଲଦାର ଟଙ୍କା ମାଗିଥିଲେ । ଏହି ବିଷୟ ସେହି ପଞ୍ଚାୟତର କିଛି ଲୋକ ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ । ଏହା ପରେ ତହସିଲଦାରଙ୍କୁ ଧରିବା ଲାଗି ଜୟପୁର ଭିଜିଲାନ୍ସ ଜାଲ ବିଛାଇଥିଲା । ପଟ୍ଟା କରାଇଦେବାକୁ କହି ୩ ଶହ ଲୋକଙ୍କଠାରୁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଫେରୁଥିବାବେଳେ ଡାଙ୍ଗସାରଙ୍ଗ ଗାଁ ନିକଟରେ ତହସିଲଦାରଙ୍କୁ ଧରିଥିଲା ଭିଜିଲାନ୍ସ ।

 

Comments are closed.