Latest Odisha News

BREAKING NEWS

କୋଭିଡ଼-୧୯ ପ୍ରଭାବ: ରେପୋ ରେଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ହାରରେ ହ୍ରାସ ଘଟାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ।

କରୋନା ପାଇଁ ସାରାଦେଶ ଲକ୍‌ଡାଉନ୍‌ ଥିବା ବେଳେ ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ଆଶା ଅନୁଯାୟୀ ରେପୋ ହାରକୁ ୭୫ ପଏଣ୍ଟ ହ୍ରାସ କରିଛି । ଏହି ହ୍ରାସ ପରେ ରେପୋ ହାର ୫.୧୫ ରୁ ୪.୪୫ ପ୍ରତିଶତକୁ ଖସି ଆସିଛି ।

ଆରବିଆଇର ମନିଟାରି ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ହୋଇଥିବା ଶୁକ୍ରବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ତେବେ ରିଜର୍ଭ ବ୍ୟାଙ୍କର ରେପୋ ରେଟ୍ ହ୍ରାସର ଲାଭ ଦେଶର କୋଟି କୋଟି ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହା ଫଳରେ ସମସ୍ତ ପ୍ରକାର ଋଣରେ ସୁଧ ହାର ହ୍ରାସ ପାଇବା ସହିତ ପୂର୍ବ ତୁଳନାରେ ଏହା ଶସ୍ତା ହେବ।

ଘର, କାର କିମ୍ବା ଅନ୍ୟାନ୍ୟ ପ୍ରକାରର ଲୋନ ସହିତ ଅନେକ ଇଏମଆଇ ପୂରଣ କରିଛନ୍ତି । ଏହା ସହିତ ଆରବିଆଇ ରିଭର୍ସ ରେପୋ ହାରକୁ ୯୦ ପଏଣ୍ଟକୁ ୪.୯୦ ପ୍ରତିଶତକୁ ହ୍ରାସ କରିଛି। କ୍ୟାଶ୍‌ ରିଜର୍ଭ ରେସିଓ(ସିଆରଆର) ୧୦୦ ବେସିସ ପଏଣ୍ଟ ହ୍ରାସ ପାଇଁ ୩ ପ୍ରତିଶତ କରାଯାଇଛି। ଏହା ସହିତ ଇଏମଆଇରେ ୩ମାସର ରିହାତି ଦେବାକୁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କରୋନା ଭାଇରସ୍‌ ଦ୍ୱାରା ସୃଷ୍ଟି ହୋଇଥିବା ନଗଦ ପ୍ରବାହ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି।

Leave A Reply

Your email address will not be published.