ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ ଏବେ କରୋନା ଭାଇରସର ମହାସଙ୍କଟ । ସାରାଦେଶ ଲକଡାଉନ। ଏହା ମଧ୍ୟରେ ଦେଶର ଅର୍ଥନୀତିକୁ ମନରେ ଉଙ୍କି ମାରୁଛି ଅନେକ ଆଶଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଦିନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ଅର୍ଥବ୍ୟବସ୍ଥା ଉପରେ ନଜର ରଖାଯାଇଛୁ । ଲକଡାଉନ ଖୋଲିବା ପରେ ଦେଶର ଜିଡିପି ହ୍ରାସ ପାଇବା ସହ ଧୀରେ ଧୀରେ ଏହା ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।
କରୋନା ଯୋଗୁଁ ନିମ୍ନଗାମୀ ହୋଇଥିବା ଭାରତୀୟ ଅର୍ଥନୀତି ଆଗାମୀ ୨୦୨୧-୨୨ ବର୍ଷରେ ଊର୍ଧ୍ବମୁଖୀ ହେବା ସହ ଅଭିବୃଦ୍ଧି ହାର ୧.୯% ରହିବ ବୋଲି ଶଶିକାନ୍ତ ସୂଚନା ଦେଇଛନ୍ତି ।
ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିବା ଶଶିକାନ୍ତ ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪% ଥୁବା ବେଳେ ଏବେ ଏହା ୩.୭୫ ପ୍ରତିଶତ ହୋଇଯାଇଛି ।
ଆଇଏମ୍ଏଫ୍ ପ୍ରୋଜେକ୍ସନ୍ରେ ଭାରତର ଅଭିବୃଦ୍ଧି ହାର ୧.୯% ରହିଛି ଏବଂ ଏହା ଜି୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବାଧିକ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏହି ସଂକଟଜନକ ପରିସ୍ଥିତି ଉପରେ ଦୃଷ୍ଟି ଦେଇ ତାହାକୁ ନିୟନ୍ତ୍ରଣ କରୁଛି। ଗତ ସାତ ମାସ ମଧ୍ୟରେ ଶିଳ୍ପ ଉତ୍ପାଦ ସର୍ବାଧିକ ହୋଇଛି। ବୈଦେଶିକ ବିନିମୟ ରିଜର୍ଭ ମଧ୍ୟ ବଢ଼ି ଚାଲିଛି।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, କରୋନା ସଙ୍କଟ ମଧ୍ୟରେ ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକୀୟ ନିଷ୍ପତ୍ତି ନିଆଯାଇଛି ।
ଏହି ସଙ୍କଟ ସ୍ଥିତିରେ ଏଟିଏମ୍ ଅପରେସନ୍ ୯୧%ରେ ରହିଛି। ଲକ୍ଡାଉନ୍ ସମୟରେ ଇଣ୍ଟର୍ନେଟ୍ କିଂବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟାହତ ହୋଇନାହିଁ; ବ୍ୟାଙ୍କ୍ମାନେ ସ୍ବାଭାବିକ ଭାବେ କାର୍ଯ୍ୟକରୁଥିବା ସେ କହିଛନ୍ତି।
କରୋନା ପାଇଁ ଅନେକ ଦେଶର ଆମଦାନୀ, ରପ୍ତାନୀ ଉପରେ ପ୍ରଭାବ ପଡିଛି । ସାରା ବିଶ୍ୱରେ ୯ ଟ୍ରିଲିୟନ ଡଲାରର କ୍ଷତି ହେବ ।
ମାର୍ଚ ମାସରେ ଅଟୋମୋବାଇଲ୍ ଉତ୍ପାଦନ ଓ ବିକ୍ରି ତୀବ୍ର ହ୍ରାସ ପାଇଛି। ମାର୍ଚ ମାସରେ ରପ୍ତାନି ୩୪. ୬% ହ୍ରାସ ପାଇଛି ଯାହା ୨୦୦୮-୯ ବିଶ୍ବ ଆର୍ଥିକ ସଙ୍କଟ ଠାରୁ ଆହୁରି ସାଙ୍ଘାତିକ। କ୍ଷୁଦ୍ର ଓ ମଧ୍ୟମ ଧରଣର କର୍ପୋରେଟ୍, ବିଶେଷକରି ସେମାନଙ୍କର ନଗଦ ବିକ୍ରିବଟା ଉପରେ କୋଭିଡ୍-୧୯ କୁପ୍ରଭାବ ପକାଇଛି।
ଏହା ମଧ୍ୟରେ ଦେଶରେ କୃଷି ଶିଳ୍ପ ଭଲ କାରବାର କରୁଛି । ଭାରତ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି । ତେବ ଭାରତର ଜିଡିପି ୧.୯ ପ୍ରତିଶତ ବୃଦ୍ଧି ପାଇବ । ଜି୨୦ ଦେଶ ମଧ୍ୟରେ ଏହା ସବୁଠାରୁ ଭଲ ।
୨୦୨୦ରେ ରପ୍ତାନୀ ହ୍ରାସ ପାଇଛି । ଏହା ସତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର କୁ ଏଥିରୁ ଫାଇଦା ମିଳିପାରେ ।
ଏହି ସଙ୍କଟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଭାରତରେ ଆର୍ଥିକ ପରିସ୍ଥିତିକୁ ସଜାଡ଼ିବାକୁ ରିଜର୍ଭ ବ୍ୟାଙ୍କ୍ ନିଜର ସବୁ ଉପାୟ ଅବଲମ୍ବନ କରିବ ବୋଲି ଶଶିକାନ୍ତ କହିଛନ୍ତି ।
Comments are closed.