Latest Odisha News

BREAKING NEWS

ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀଯୁକ୍ତ ଦାସ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଜି ସକାଳେ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ଏସିଡିଟି କାରଣରୁ ଶ୍ରୀଯୁକ୍ତ ଦାସ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ବିତ୍ତ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶକ୍ତିକାନ୍ତ ଦାସ ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ରିଜର୍ବ ବ୍ୟାଙ୍କର ୨୫ ତମ ଗଭର୍ଣ୍ଣର ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।

Comments are closed.